ବେଦାନ୍ତ ଆଲୁମିନିୟମର ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର ୧୦୦୦୦ ଲୋକଙ୍କ ପାଖରେ ପହଁଚିଛି


ସିଜିମାଲି, ୫ଡିସେମ୍ବର ୨୦୨୩, : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ୬ ସପ୍ତାହ ମଧ୍ୟରେ ୧୦୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିବା ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲା । ଗୋଷ୍ଠୀ କେନ୍ଦ୍ରିକ ପ୍ରୟାସ ଜରୀଆରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା, ଔଷଧ ବିତରଣ ଓ ପରାମର୍ଶ ବିତରଣ କରିଥିଲା । କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ପଡ଼ୋଶୀ ସିଜିମାଲି ଅଂଚଳର ୨୫ଟି ଅଣ ସେବା ତଥା ଦୂରବର୍ତି ଲୋକମାନଙ୍କୁ ଏହି ସେବା ଯୋଗାଇ ଦେଇଥିଲା ।

ସୁଦୂର ଅଂଚଳରେ ରହୁଥିବା ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେଇ ଏହି ଶିବିରରେ ମାଗଣା ସେବା ସାଙ୍ଗକୁ ଡାକ୍ତରୀ ପରୀକ୍ଷା ଓ ଅତ୍ୟାବଶ୍ୟକୀୟ ଔଷଧ ଯୋଗାଣ କରାଯାଇଥିଲା । କେବଳ ତୁରନ୍ତ ସ୍ୱାସ୍ଥ୍ୟସେବା ନୁହେଁ ଏହି ଶିବିର ଜରୀଆରେ ଲୋକମାନଙ୍କୁ ରୋଗ ପ୍ର୍ରତିଷେଧକ ବିଷୟରେ ସଚେତନ ଓ ପରାମର୍ଶ ଦିଆଯାଇଥିଲା ।

ବେଦାନ୍ତର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ ପଦକ୍ଷେପ ସଂପର୍କରେ ସୂଚନା ଦେଇ ଶ୍ରୀ ଭି ଶ୍ରୀକାନ୍ତ , ସିଇଓ (ମାଇନସ), ବେଦାନ୍ତ ଆଲୁମିନିୟମ କହିଥିଲେଯେ ଆମେ ସମସ୍ତଙ୍କ ପାଇଁ ମୌଳିକ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ଲାଗି ଏହି ପ୍ର୍ରୟାସ କରି ଆସୁଛୁ । ଗ୍ରାମୀଣ ସ୍ୱାସ୍ଥ୍ୟ ସେବାକୁ ସବୁ ଲୋକମାନଙ୍କ ପାଖରେ ପହଁଚାଇବା ହେଉଛି ଆମର କର୍ତବ୍ୟ । ଅଭିନବ ସହଯୋଗ ମାଧ୍ୟମରେ ଆମେ ଏକ ଭବିଷ୍ୟତ କଳ୍ପାନା କରୁଛୁ ଯେଉଁଥିରେ ଆମେ କାର୍ଯ୍ୟ କରୁଥିବା ଅଂଚଳର ଲୋକମାନେ ସୁସ୍ଥ ଓ ନୀରୋଗ ରହିପାରିବେ ।

ଶ୍ରୀମତୀ ଶର୍ମିଳା ମାଝୀ, ସରପଂଚ, ସୁଙ୍ଗର ଗ୍ରାମ ପଂଚାୟତ ବେଦାନ୍ତ ସ୍ୱାସ୍ଥ୍ୟ ସେବା ସଂପର୍କରେ ନିଜର ମତ ଦେଇ କହିଥିଲେଯେ ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଆମ ଅଂଚଳରେ ବିଶେଷ ପରିବର୍ତନ ଆସିଛି । ଆମ ଅଂଚଳର ଲୋକମାନେ ଏହି ଶିବିର ଜରୀଆରେ ମାଗଣା ଔଷଧ ଓ ସ୍ୱାସ୍ଥ୍ର ପରାମର୍ଶ ଲାଭ କରିଛନ୍ତି । ଗୋଷ୍ଠୀର ବିକାଶକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ବେଦାନ୍ତର ଏହି ପ୍ରୟାସ ସତରେ ପ୍ରଶଂସନୀୟ ।

ବେଦାନ୍ତ ଆଲୁମିନିୟମର ମାଇନସ ବ୍ୟବସାୟ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଗ୍ରାମୀର ଭିତିଭୂମି ଓ ତୃଣମୂଳ ସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛି । ଏହାର ଅନେକ ଗୁଡ଼ିଏ ପଦକ୍ଷେପ ଯାହାକି ଆଧୁନିକ ନନ୍ଦଘର ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ କାର୍ଯ୍ୟ କରୁଛି । ମା ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରାମର୍ଶ ଜରିଆରେ ମହିଳା ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି । ସ୍ଥାନୀୟ କର୍ତୃପକ୍ଷ, କଲ୍ୟାଣକାରୀ ସଂସ୍ଥା ଓ ଗୋଷ୍ଠୀର ମିଳିତ ଆନୁକୁଲ୍ୟରେ କାର୍ଯ୍ୟ କରୁଥିବା ଅଂଚଳରେ ବିଭିନ୍ନ ଜନହୀତକର କାର୍ଯ୍ୟ କରି ସାମାଜିକ ଓ ଅର୍ଥନୈତକି ବିକାଶ ପ୍ରତି ଧ୍ୟାନ ପ୍ରଦାନ କରି ଆସୁଛି ।

Leave a Reply

Your email address will not be published. Required fields are marked *