ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବାର୍ଷିକ ମାଇନ୍ସ ସେଫ୍ଟି ଫର୍ଟନାଇଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସୁରକ୍ଷାକୁ ପ୍ରଥମ ଆଭିମୁଖ୍ୟଭାବେ ଦୋହରାଇଛି


ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଜାମଖାନିଠାରେ ଚାଲିଥିବା ବାର୍ଷିକ ସୁରକ୍ଷା ପକ୍ଷ କାର୍ଯ୍ୟକ୍ରମରେ ନିରପତାକୁ ଗୁରୁତ୍ୱ ଦେଇ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଖଣି ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶାବଳୀ ସହ ୪୦୦ରୁ ଅଧିକ କର୍ମଚାରୀ ଓ ବ୍ୟବସାୟିକ ସହଭାଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଷୟବସ୍ତୁ ଥିଲା “ସୁରକ୍ଷା ନିୟମୋ କା କରେ ପାଲନ ନା ହୋଗି ଦୁର୍ଘଟଣା ନା ହେଙ୍ଗେ ଆପ ପରେସାନ”(ସୁରକ୍ଷା ନିୟମକୁ ପାଳନ କରନ୍ତୁ ଏବଂ ଦୁର୍ଘଟଣାକୁ ଏଡାନ୍ତୁ) ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ଅଂଶଗ୍ରହଣକାରୀ ମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସମସ୍ତଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିସର ସୃଷ୍ଟି ସୁନିଶ୍ଚିତ କରିବା ଉପରେ ଗୁରତ୍ୱାରୋପ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କୋଲ ଇଣ୍ଡିଆ ଲିମିଟେଡ ଅଧିନରେ ଥିବା କୋଲ ଇଣ୍ଡିଆ ଅଧିନସ୍ଥ ମହାନଦୀ କୋଲ ଲିମିଟେଡ, ଇବ ଭ୍ୟାଲିଙ୍କ ଦ୍ୱାରା କରାଯାଇଥିବା ବାହ୍ୟ ନିରାପତା ଯାଂଚ ମଧ୍ୟ କରାଯାଇଥିଲା । ବେଦାନ୍ତ ପକ୍ଷରୁ ଯୋଗଦେଇଥିବା ସଂପୃକ୍ତ କର୍ମଚାରୀ ସେମାନଙ୍କ ନିଜ ନିଜ ବିଭାଗରେ ସୁରକ୍ଷା ନିୟମକୁ ସଠିକ ଅନୁପାଳନ ଉପରେ ସଚେତନ ହୋଇଥିଲେ ।

ବେଦାନ୍ତର ସୁରକ୍ଷା ନୀତି ଉପରେ ଗୁରୁତ୍ୱ ପ୍ରକାଶ କରି ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ (ମାଇନସ) କହିଥିଲେଯେ ବେଦାନ୍ତର ସୁରକ୍ଷା ପ୍ରାଥମିକତା ଅଟେ ଓ ଆମ କାର୍ଯ୍ୟରେ ଏହାକୁ ଆମେ ନିଶ୍ଚିତ କରୁ । ବିସ୍ତୃତ ସୁରକ୍ଷା ତାଲିମ ଓ ଅତ୍ୟାଧୁନିକ ସୁରକ୍ଷା ସମାଧାନ ନିୟୋଜନ ମାଧ୍ୟମରେ ଆମେ ନିଜର କାର୍ଯ୍ୟକ୍ଷେତ୍ରରେ ଜିରୋ ହର୍ମ ପରିବେଶ ପ୍ରତିପୋଷଣ କରିବାକୁ ପ୍ରତିବଦ୍ଧ ଅଟୁ ।

ଏହି ଅବସରରେ ଶ୍ରୀ ତାପଷ କୁମାର ମୋହାନ୍ତି, ଚିଫ ମ୍ୟାନେଜର ସେଫ୍ଟି, ଆଇଏସଓ ଅବଜର୍ଭର ମହାନଦୀ କୋଲଫିଲଡ ଲିମିଟେଡ କହିଥିଲେଯେ ମୁଁ ବେଦାନ୍ତ ଆଲୁମିନିୟମର ମାଇନ୍ସ ଦଳକୁ ଏହି ପାକ୍ଷିକ ସୁରକ୍ଷା କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଉଛି । କମ୍ପାନିର ସୁରକ୍ଷର ନୀତି ଚମତ୍କାର । ଏହା କମ୍ପାନିର ଉତ୍କର୍ଷତାକୁ ବୃଦ୍ଧି କରୁଛି । ଏହି ସଫଳତା କେବଳ ସାଂଗଠନିକ ଉତ୍କର୍ଷକୁ ପ୍ରତିଫଳିତ କରେ ନାହିଁ ବରଂ କାର୍ଯ୍ୟର ପ୍ରତ୍ୟେକ ଦିଗରେ ନିରାପତାକୁ ପ୍ରାଧାନ୍ୟ ଦେବା ପାଇଁ ସଂଗଠନର ନିରନ୍ତର ଉତ୍ସର୍ଗକୁ ମଧ୍ୟ ପ୍ରତିଫଳିତ କରୁଛି ।

ବେଦାନ୍ତର ମାଇନସ ଟିମ ନିୟମିତ ସୁରକ୍ଷା ତାଲିମ କର୍ମଶାଳା ମାଧ୍ୟମରେ ଏହାର କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିଥାଏ । ବିଭିନ୍ନ ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ପ୍ରତିରକ୍ଷା ମକ ଡ୍ରିଲ, ସୁରକ୍ଷା ଉପକାଣର ସଠିକ ଉପଯୋଗ ସହ ଅଗ୍ନି ନିରାପତା ଅଧିବେଶନ ସହ ସ୍ଥାନୀୟ ସ୍କୁଲ କଲେଜରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥାଏ ।

Leave a Reply

Your email address will not be published. Required fields are marked *