ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମୀ ବେରୋଜଗାରୀଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ସହାୟତା କରୁଛି

ଭୁବନେଶ୍ୱର/ଟିକିରି: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡିଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନା ଲିମିଟେଡ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ସୁଯୋଗ ଯୋଗାଇଦେବା ସକାଶେ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ଭାରତର ଔଦ୍ୟୋଗିକି ବିକାଶ ପ୍ରତିଷ୍ଠାନ (ଇଡିଆଇଆଇ) ସହଯୋଗରେ ପ୍ରୋଜେକ୍ଟ ଉଦ୍ୟମୀ କାର୍ଯ୍ୟକାରୀ କରୁଛି । ଏହା ଟିକିରିଠାରେ ରୁରାଲ ବିଜନେସ୍ ଇନକ୍ୟୁବେସନ ସେଣ୍ଟର ସ୍ଥାପନ କରିଛି ଏବଂ ରାୟଗଡା ଜିଲ୍ଲାର କାଶିପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍ରେ ଯୁବ ଉଦ୍ୟୋଗୀଙ୍କୁ ଅଣ-କୃଷି ଏବଂ କୃଷି-ସମ୍ପର୍କିତ କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି । ଏହା ସ୍ଥାନୀୟ ସମ୍ଭାବନାପୂର୍ଣ୍ଣ ଯୁବବର୍ଗଙ୍କୁ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିବା ସକାଶେ ପୂର୍ଣ୍ଣାଙ୍ଗ ସମାଧାନ ଯୋଗାଇ ଦେଉଛି । ପ୍ରୋଜେକ୍ଟ ଉଦ୍ୟମୀ କାଉନସେଲିଂ, ବିଜନେସ୍ ପ୍ଲାନିଂ, ବଜାର ସୁଗମକରଣ, ଆର୍ଥିକ ସଂଯୋଗୀକରଣ, ରିଆତି/ଯୋଜନା ସଂଯୋଗୀକରଣ ଏବଂ ବଜାର ସମ୍ପର୍କିତ ସୂଚନା ସଂଗ୍ରହ ଆଦି ସେବା ଯୋଗାଇ ଦେଉଛି ।
ଗ୍ରାମାଞ୍ଚଳ ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଷ୍ଟାର୍ଟଅପ୍ ପରିବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ଏହି ସୃଜନଶୀଳ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ‘ଆତ୍ମ ନିର୍ଭର ଭାରତ’ର ଜାତୀୟ କାର୍ଯ୍ୟସୂଚୀକୁ ଆଗେଇ ନେଉଛି । ‘ଉଦ୍ୟମୀ’ ରାଜ୍ୟ ସରକାରଙ୍କର ଏମଏସ୍ଏମଇ, ଏସଏମ୍ଇ, ଓଏଲଏମ୍ ଆଦି ପରିବ୍ୟବସ୍ଥାକୁ ସମର୍ଥନ କରିବା ନିମନ୍ତେ ବହୁ ସହଭାଗୀ ଢାଞ୍ଚାରେ କାର୍ଯ୍ୟ କରୁଛି । ଏଥିସହିତ ଏହା ଦୀର୍ଘସ୍ଥାୟୀ ଫଳାଫଳ ନିମନ୍ତେ କ୍ଷେତ୍ର ସ୍ତରରେ ରୂପାୟନ ନିମନ୍ତେ ଯୋଜନାକୁ ପ୍ରତିଫଳିତ କରୁଛି ।
ପ୍ରାୟ ଦେଢବର୍ଷ ସମୟ ମଧ୍ୟରେ ଏହି ପ୍ରୋଜେକ୍ଟ ୧୩୩ ଜଣ ଯୁବ ସ୍ଥାନୀୟ ଉଦ୍ୟୋଗୀଙ୍କୁ ବିକଶିତ କରିବାରେ ସଫଳ ହୋଇଛି, ଯେଉଁମାନେ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ସୃଷ୍ଟି କରିବା ସହିତ ଆଉ ୧୩୬ ଜଣଙ୍କୁ କର୍ମସଂସ୍ଥାନ ଦେଇ ପାରିଛନ୍ତି ଏବଂ ସେମାନଙ୍କୁ ପରୋକ୍ଷ ଜୀବିକା ଉପାର୍ଜନ ସୁଯୋଗ ଯୋଗାଇଦେଇ ଜୀବନଧାରଣର ସାଧନ ଯୋଗାଇ ଦେଉଛନ୍ତି । ପ୍ରତ୍ୟେକ ଉଦ୍ୟୋଗୀ ମାସିକ ହାରାହାରି ୧୦,୧୨୦ ଟଙ୍କା ଆୟ କରୁଥିବାବେଳେ ସେମାନଙ୍କର ମୋଟ ଆୟ ୨୦୨୩ ଜାନୁଆରୀ ୩୧ ତାରିଖ ସୁଦ୍ଧା ୭୯.୩୧ ଲକ୍ଷ ଟଙ୍କା ହୋଇଛି ।

ଏହି ସଫଳତାର ମାଇଲଖୁଣ୍ଟ ହାସଲ କରିବା ସକାଶେ ଉତ୍କଳ ଆଲୁମିନା ଉଦ୍ୟୋଗୀମାନଙ୍କୁ ମୂଳଧନ ପାଣ୍ଠି ବାବଦରେ ୨୫.୦୮ ଲକ୍ଷ ଟଙ୍କା ସିଧାସଳଖ ଯୋଗାଇ ଦେଇଛି ଏବଂ ଉଦ୍ୟୋଗୀମାନେ ସେଥିରେ ସେମାନଙ୍କ ନିଜସ୍ୱ ଅବଦାନ ଆକାରରେ ୬୫ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ସରକାର ଏହି ଉଦ୍ୟୋଗଗୁଡିକ ନିମନ୍ତେ ପିଏମ୍ଇଜିପି ଅଧୀନରେ ୩୦.୫୦ ଲକ୍ଷ ଟଙ୍କା ଏବଂ ଓଏଲଏମ୍ ଅଧୀନରେ ୧.୫ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ।
ଏହି ଆଦିବାସୀବହୁଳ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବେଶ ସୃଷ୍ଟିକରିବା ସକାଶେ ଏଭଳି ନୂତନ ଧରଣର ପ୍ରୟାସ କାର୍ଯ୍ୟକାରୀ କରିବା ପାଇଁ ଉତ୍କଳ ଆଲୁମିନାକୁ ଶ୍ରୀ ବିକାଶ ଚନ୍ଦ୍ର ବୈନ୍, ଜିଏମ୍ ଆରଆଇସି, ରାୟଗଡା ପ୍ରଶଂସା କରିଛନ୍ତି । ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଅନୁରୂପ ନୂତନ ଧରଣର ପ୍ରକଳ୍ପ ଆରମ୍ଭ କରିବାକୁ ସେ ଅନ୍ୟ ନିଗମଗୁଡିକୁ ଅନୁରୋଧ କରିଛନ୍ତି । ଏଥିସହିତ ସେ କହିଛନ୍ତି, “ମୁଁ ନିଶ୍ଚିତ ଯେ ‘ପ୍ରୋଜେକ୍ଟ ଉଦ୍ୟମୀ’ ପ୍ରଥମ ପିଢିର ବ୍ୟବସାୟ ମାଲିକମାନଙ୍କର ବିକାଶକୁ ପ୍ରୋତ୍ସାହିତ କରିବ ଏବଂ ତାହାସହିତ ସେମାନଙ୍କୁ ଏମଏସଏମଇ ଏବଂ ପିଏମ୍ଇଜିପି ଅଧୀନରେ ବୃହତ୍ତର ଷ୍ଟାର୍ଟଅପ୍ ସ୍ଥାପନ ନିମନ୍ତେ ପ୍ରସ୍ତୁତ କରିବ ।”

ଉତ୍କଳ ଆଲୁମିନାର ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍ କହିଛନ୍ତି ଯେ, ଏହି ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳକୁ ଏକ ଦୀର୍ଘସ୍ଥାୟୀ ସ୍ୱାବଲମ୍ବୀ ଗୋଷ୍ଠୀ ଆକାରରେ ରୂପାନ୍ତରିତ କରିବାକୁ ଉତ୍କଳର ବୃହତ୍ତର ଲକ୍ଷ୍ୟ ହେଉଛି ସ୍ଥାନୀୟ ଅର୍ଥନୀତିର ବିକାଶ ସାଧନ । ସେ କହିଛନ୍ତି, ରାୟଗଡା ଓ କଳାହାଣ୍ଡି ଭଳି ଦୁଇ ଆକାଙ୍କ୍ଷୀ ଜିଲ୍ଲାରେ ଯୁବ ବେରୋଜଗାର ଯୁବବର୍ଗ, ପ୍ରବାସୀ ଶ୍ରମିକ ଏବଂ ଆକାଙ୍କ୍ଷୀ ବ୍ୟବସାୟ ମାଲିକମାନଙ୍କୁ ସେମାନଙ୍କ ନିଜ ଘରେ ସ୍ୱାବଲମ୍ବୀ ହେବା ଦିଗରେ ପ୍ରୋଜେକ୍ଟ ଉଦ୍ୟମୀ ଏକ ଆଦର୍ଶ ବିକଳ୍ପ ହେବ । ସେ ଜୋର୍ ଦେଇ କହିଥିଲେ ଯେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ବଳରେ ଏହି ଅଞ୍ଚଳର ଅର୍ଥନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାକୁ ଉତ୍କଳରେ ଆମ୍ଭେମାନେ ପ୍ରତିବଦ୍ଧ ରହିଛୁ ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନିୟମ ଇଣ୍ଣରନ୍ୟାସନାଲ ଲିମିଟେଡ ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଞ୍ଚଳର ସାମାଜିକ-ଅର୍ଥନୈତିକ କଲ୍ୟାଣ ଏବଂ ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣ ଆଣିବାକୁ ପ୍ରତିଶୃତିବଦ୍ଧରହିଛି । ଓଡ଼ିଶାର ୨୫ଟି ଗ୍ରାମଞ୍ଚାୟତ ଅନ୍ତର୍ଗତ ୨୩୨ ଗ୍ରାମରେ ବିବିଧ ସିଏସ୍ଆର, ସିଆର ଆଣ୍ଡ ସଷ୍ଟେନେବିଲିଟି କାର୍ଯ୍ୟକଳାପ ଜରିଆରେ ଆମ ଜନସାଧାରଣଙ୍କର ମାନବ ବିକାଶ ସୂଚୀରେ ଉନ୍ନତି ଆଣିବାକୁ ୟୁଏଆଇଏଲ ନିରଳସ ଭାବରେ କାର୍ଯ୍ୟ କରୁଛି । ୟୁଏଆଇଏଲ୍ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ-ଅଥନୈତିକ ପ୍ରସଙ୍ଗଗୁଡିକର ସମାଧାନ ଆଦି ପାଞ୍ଚଟି ଅଗ୍ରାଧିକାର ବିଷୟ ଜରିଆରେ ୨,୦୧,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍ର ଅନନ୍ୟ ବହୁଧା-ସହଭାଗୀ-ଆଧାରିତ ପ୍ରୟାସସମୂହ ଜାତିସଂଘର ଦୀର୍ଘସ୍ଥାୟୀ ବକାଶ ଲକ୍ଷ୍ୟ ୨୦୩୦ ଅନୁରୂପ ହୋଇଛି ।
