ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ
କେନ୍ଦୁଝର:(ପ୍ରବାହ ନିୟୁଜ୍): ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସହାୟତାରେ ବଡ଼ବିଳ ପୌରପାଳିକା ଅନ୍ତର୍ଗତ ନାଲଦାଠାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ଓସ୍କା” ଦ୍ଵାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିଜସ୍ଵ ଗୃହ ଉଦଘାଟିତ ହୋଇ ଯାଇଛି ।
ଏହି ଉଦଘାଟନୀ ସମାରୋହରେ ସୁଶ୍ରୀ ମିନାକ୍ଷୀ ମହାନ୍ତ, ମାନ୍ୟବର ବିଧାୟିକା, ଚମ୍ପୁଆ, ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, କେନ୍ଦୁଝର, ଶ୍ରୀ ଅଭିଷେକ ପଣ୍ଡା (ଓ.ପ୍ର.ସେ), ନିର୍ବାହୀ ଅଧିକାରୀ, ବଡ଼ବିଲ ପୌରପାଳିକା, ଶ୍ରୀ ନିତ୍ୟରଞ୍ଜନ ବରାଳ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, କେନ୍ଦୁଝର, ଶ୍ରୀ ସନ୍ଦୀପ ଚରଣ ଓଝା, ସହକାରୀ ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, କେନ୍ଦୁଝର, ଶ୍ରୀ ଆନନ୍ଦ ସାଣ୍ଡିଲ୍, ୱାର୍ଡ ମେମ୍ବର, ଡାକ୍ତର ଊର୍ମିରାଜ ଶର୍ମା, ମୁଖ୍ୟ ଚିକିତ୍ସକ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନାଲଦା ଏବଂ ଡାକ୍ତର ବିଭୂଦତ୍ତ ମହାନ୍ତ, ଦନ୍ତ ଚିକିତ୍ସକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ଥାନୀୟ ଜନସାଧାରଣ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ସୁଫଳ ନେବାକୁ ଅନୁରୋଧ କରିଥିଲେ ।
ପ୍ରକାଶ ଥାଉ କି ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଓ ଓସକା ଆନୁକୁଲ୍ଯରେ ଗତ ୨୦୨୧ ରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନାଲଦାରେ ପରିଚାଳିତ ହେଉଥିବା ବେଳେ ସମ୍ପ୍ରତି ନବ ନିର୍ମିତ ଗୃହକୁ ସ୍ଥାନାନ୍ତରିତ କରା ଯାଇଛି । ଏହି ଉଦଘାଟନୀ ଉତ୍ସବର ପ୍ରାରମ୍ଭରେ ଓସ୍କାର ସମ୍ପାଦିକା, ଶ୍ରୀମତୀ ଧରିତ୍ରୀ ରାଉତ ସ୍ଵାଗତ ସୂଚନା ପ୍ରଦାନ କରିଥିବା ବେଳେ ଓସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ମାନସିଂ ଦୂର୍ଗାପ୍ରସାଦ ନାୟକ ଉତ୍ସବ ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନାଲଦାର ଶ୍ରୀନିବାସ ଦାଶ, ଅନିଲ କୁମାର ବିଶ୍ଵାଳ, ଛବିରାଣୀ ମହାନ୍ତ, ସାଗରିକା ସ୍ଵାଇଁ, ସମୀର ପ୍ରଧାନ, ଗୀତା କାରୁଆ ଓ ଆଦିତ୍ୟ ମୁଖୀ ଆଦି କର୍ମକର୍ତ୍ତାମାନେ ଯୋଗଦେଇ ଉତ୍ସବ ପରିଚାଳନାରେ ସହାଯୋଗ କରିଥିଲେ ।