ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଦୁଇଜଣ ଗିରଫ
ଖୋର୍ଦ୍ଧା : ୧୪/୦୭(ପ୍ରବାହ ନିଉଜ୍) କିଛିଦିନ ର ବ୍ୟବଧାନରେ ପୁଣିଥରେ ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ । ବେଆଇନ ଗୋରୁଚାଲାଣକୁ ନେଇ ଜିଲ୍ଲା ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିବାରୁ ଗୋରୁ ମାଫିଆ ମାନେ ବେଶ କିଛିଦିନ ଧରି ଚୁପ ରହିଥିବା ବେଳେ ଏବେ ପୁଣିଥରେ ଗୋରୁ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି।
ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ସମୟରେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ନରଗାଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ତରତୁଆକୁ ବେଆଇନ ଗୋରୁ ଚାଲାଣ ହେଉଥିବାର ଖବର ବିଶ୍ୱସ୍ତ ସୂତ୍ରରୁ ମିଳିବା ପରେ ବାଘମାରୀ ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକ ବାଙ୍କୀ ଖୋର୍ଦ୍ଧା ରାସ୍ତାର ସାରୁଅ ବ୍ରିଜ ନିକଟରୁ OD 02 1409 ନମ୍ବର ବିଶିଷ୍ଟ ଏକ ଗୋରୁ ବୋଝେଇ ଟାଟା ଏସିକୁ ଠାବ କରିବା ସହିତ ଉକ୍ତ ଗାଡ଼ିରୁ ୭ ଗୋଟି ଜୀବନ୍ତ ଗୋରୁଙ୍କୁ ବାଘମାରୀ ପୋଲିସ ଉଦ୍ଧାର କରିଛି।
ଜବତ ହୋଇଥିବା ଟାଟା ଏସିର ଚାଳକ ମୁନିର ଖାନ (୨୦) ଏବଂ ହେଲ୍ପର ଇନାମ ଖାନ (୩୫) ଙ୍କୁ ପୋଲିସ ଅଟଛି। ଅଟକ ଅଭିଯୁକ୍ତଙ୍କ ବିରୋଧରେ ବାଘମାରୀ ଥାନାରେ କେସ ନମ୍ବର ୫୧/୨୧ ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଭୁବନେଶ୍ୱର ସିଜୁଆ ସ୍ଥିତ ଗୋଶାଳାକୁ ପଠାଯାଇଥିବା ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି।