କଟକରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କଲା ଟିିସିଓଡିଏଲ ଉପକୃତ ହେବେ ୭,୦୦୦ ରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା

0
Pic 1

କଟକ: ଟିି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିିସିଓଡିଏଲ) ସଳତାର ସହ କଟକରେ ଇଏଚଟି ଟାୱାର ସ୍ଥାନାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି, ଯାହା ସହରର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଯଥେଷ୍ଟ ସୁଦୃଢ଼ କରିଛି । ଏହି ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ, ପାୱାର ନେଟୱାର୍କର ବିଶ୍ୱସନୀୟତା ଏବଂ ସହନଶୀଳତା ବୃଦ୍ଧି କରିବା ପାଇଁ ଦୁଇଟି ୩୩ କେଭି ୪ – ୱେ ରିଙ୍ଗ୍ ମେନ୍ ୟୁନିଟ୍ ସହିତ ୧୦.୫ କିଲୋମିଟର ଭୂତଳ କେବୁଲ୍ କାର୍ଯ୍ୟକ୍ଷମ କରାଯାଇଛି । ସହରର ପ୍ରମୁଖ ଅଞ୍ଚଳଗୁଡ଼ିକରେ ବିଶ୍ୱସନୀୟ ବିଦ୍ୟୁତର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶକୁ ସହାୟତା କରିବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ।

ଏହି ନୂତନ ବ୍ୟବସ୍ଥା ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ନ୍ୟାସନାଲ ଲ\’ ୟୁନିଭରସିଟି ଓଡ଼ିଶା ଏବଂ କଟକ ରେଲୱେ ଷ୍ଟେସନ ଭଳି ପ୍ରମୁଖ ଅନୁଷ୍ଠାନଗୁଡ଼ିକୁ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବ । ଏହି ଅନୁଷ୍ଠାନ ଗୁଡ଼ିକୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେଗୁଡ଼ିକ ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ, ରୋଗୀ, ପେସାଦାର ଏବଂ ଯାତ୍ରୀମାନଙ୍କ ଆବଶ୍ୟକତା ପୂରଣ କରିଥାନ୍ତି । ଏହି ଭିତ୍ତିଭୂମିର ଉନ୍ନତିକରଣ ଦ୍ୱାରା ତୁଳସୀପୁର, ଯୋବ୍ରା, କଲେଜ ସ୍କୋୟାର ଏବଂ ରାଣିହାଟ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୭,୦୦୦ ବିଦ୍ୟୁତ୍ ଉପଭୋକ୍ତା ସିଧାସଳଖ ଉପକୃତ ହେବେ । ନୂତନ ଆରଏମୟୁ ଏବଂ ଭୂତଳ କେବୁଲ୍ ନେଟୱାର୍କ କାର୍ଯ୍ୟକ୍ଷମ ହେବା ଳରେ ଏହି ଅଳର ଉପଭୋକ୍ତାମାନେ ବିଶ୍ୱସନୀୟ ବିଦ୍ୟୁତ୍ ଯୋଗାଣ ଏବଂ ନିରନ୍ତର ସେବାର ଅନୁଭୂତି ।ଇବେ ।

ସହରାଞ୍ଚଳରେ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ କରିବା ।ଇଁ ଟିିସିଓଡିଏଲ ଆଧୁନିକ ଭିତ୍ତିଭୂମି ଏବଂ ରଣନୈତିକ ପ୍ରକଳ୍ପ ମାଧ୍ୟମରେ ନିଜର ନେଟୱାର୍କକୁ ସୁଦୃଢ଼ କରିବା ଉରେ ଧ୍ୟାନ ଦେବା ଜାରି ରଖିଛି । କମ୍ପାନୀ ଏହି ଅଳର ସାମଗ୍ରିକ ବିକାଶକୁ ସମର୍ଥନ କରିବା ସହିତ ନିଜର ଉପଭୋକ୍ତା ମାନଙ୍କୁ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ରହିଛି । ଏଭଳି ଦକ୍ଷେ ମାଧ୍ୟମରେ ଟିିସିଓଡିଏଲ ଏକ ସୁଦୃଢ଼ ଏବଂ ଭବିଷ୍ୟତ ।ଇଁ ପ୍ରସ୍ତୁତ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଗଠନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଅତ୍ୟାବଶ୍ୟକ ସେବା, ସହରୀ ଭିତ୍ତିଭୂମି ବିକାଶ ଏବଂ ଏହାର ସେବା ଯୋଗାଣ ଅଳର ଉଭୋକ୍ତାମାନଙ୍କ ବର୍ଦ୍ଧିତ
ଆବଶ୍ୟକତାକୁ ପୁରଣ କରିବ ।

Leave a Reply

Your email address will not be published. Required fields are marked *