ଟାଟା-ଏର୍ଣ୍ଣାକୁଲମ-ଟାଟା ଦ୍ବି-ସାପ୍ତାହିକ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

► ପୂର୍ବର ଦୁଇ ଦିନ ପରିବର୍ତ୍ତେ ସପ୍ତାହରେ ପାଞ୍ଚ ଦିନ ସଚଳାଚଳ କରିବ |

► ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଲୋକମାନେ ଉପକୃତ ହେବେ |

► 2024 ଜାନୁୟାରୀ ପହିଲା ଠାରୁ ଟାଟାରୁ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ଛାଡିବ |

► 2024 ଜାନୁୟାରୀ 04 ତାରିଖ ଠାରୁ ଏର୍ଣ୍ଣାକୁଲମରୁ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର, ଶନିବାର ଏବଂ ରବିବାର  ଦିନ ମାନଙ୍କରେ ଛାଡିବ |

ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶେଷକରି ଓଡ଼ିଶା ର ପଶ୍ଚିମ ଏବଂ ଦକ୍ଷିଣାଞ୍ଚଳ ଜିଲ୍ଲା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ଯାତ୍ରୀଙ୍କ ସୁବିଧା ପାଇଁ ଟାଟା-ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସର ଚଳାଚଳ ଦିବସ ସପ୍ତାହରେ ଦୁଇଦିନ ପରିବର୍ତ୍ତେ ପାଞ୍ଚ ଦିନ ଚଳାଚଳକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି |

ବର୍ତମାନ ଟାଟା ନଗର ଠାରୁ ପ୍ରତ୍ୟେକ ରବିବାର ଏବଂ ଗୁରୁବାର ଦିନ ଛାଡୁଥିବା 18189 ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ 1 ଜାନୁୟାରୀ 2024 ଠାରୁ  ଟାଟା ନଗର ଠାରୁ ସପ୍ତାହରେ ପାଞ୍ଚଦିନ ଅର୍ଥାତ ପ୍ରତ୍ୟକ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ଛାଡି ଏର୍ଣ୍ଣାକୁଲମ ଯାତ୍ରା କରିବ | ସେହିପରି ଫେରିବା ମାର୍ଗରେ ବର୍ତମାନ ଏର୍ଣ୍ଣାକୁଲମ ଠାରୁ ପ୍ରତ୍ୟକ ରବିବାର ଓ ବୁଧବାର ଦିନ ଛାଡୁଥିବା 18190 ଏର୍ଣ୍ଣାକୁଲମ-ଟାଟାନଗର ଏକ୍ସପ୍ରେସ 4 ଜାନୁଆରୀ 2024 ଠାରୁ ସପ୍ତାହରେ ପାଞ୍ଚଦିନ ଅର୍ଥାତ ପ୍ରତ୍ୟକ ସୋମବାର, ବୁଧବାର, ଗୁରୁବାର, ଶନିବାର ଏବଂ ରବିବାର ଦିନମାନଙ୍କରେ ଛାଡି ଟାଟାନଗର ଯାତ୍ରା କରିବ |

ଏହି ଟ୍ରେନ୍ଗୁଡ଼ିକ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ |

Leave a Reply

Your email address will not be published. Required fields are marked *