ଚାଷୀମାନଙ୍କୁ ସଶକ୍ତ କରିବାକୁ ରାଜସ୍ଥାନରେ ଟାଫେର ଜେଫାର୍ମ ଉଦ୍ଘାଟିତ
ବିଶ୍ୱର ଅନ୍ୟତମ ସର୍ବବୃହତ ଟ୍ରାକ୍ଟର ନିର୍ମାତା ଟ୍ରାକ୍ଟର୍ସ ଆଣ୍ଡ୍ ଫାର୍ମ ଇକ୍ୱିପମେଣ୍ଟ୍ସ୍ ଲିମିଟେଡ (ଟାଫେ), ୨୦୨୬ ଏପ୍ରିଲ ୨ ତାରିଖରେ ଭବାନୀମଣ୍ଡିଠାରେ ଏହାର ଅନୁକୂଳନ ଗବେଷଣା କେନ୍ଦ୍ର ‘ଟାଫେ ଜେଫାର୍ମ ରାଜସ୍ଥାନ’କୁ ଉଦ୍ଘାଟନ କରିଛି । ଏହାଦ୍ୱାରା ସ୍ଥାୟୀ କୃଷି ପଦ୍ଧତିର ଆଦାନ ପ୍ରଦାନ ମାଧ୍ୟମରେ କୃଷି ଉତ୍ପାଦକତା ଏବଂ କୃଷକମାନଙ୍କର ସମୃଦ୍ଧିକୁ ଆଗେଇନେବା ପାଇଁ ଟାଫେର ପ୍ରତିବଦ୍ଧତାକୁ ଦୋହରାଇଛି ।
ଶ୍ରୀ ଟି.ଆର.କେଶବନ୍, ଗ୍ରୁପ୍ ପ୍ରେସିଡେଣ୍ଟ- କର୍ପୋରେଟ କମ୍ୟୁନିକେସନ୍ ଆଣ୍ଡ ଆଲାଏନ୍ସ୍, ନିଜର ପ୍ରାରମ୍ଭିକ ଉଦ୍ବୋଧନ ସହିତ ତାଙ୍କ ନେତୃତ୍ୱରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରକାରୀ ସଂସ୍ଥାର ପ୍ରମୁଖ ଅଧିକାରୀଗଣ, ରାଜସ୍ଥାନର ଡିଲର ପାର୍ଟନର ଏବଂ ବିଶିଷ୍ଟ ଅତିଥି-ଗ୍ରାହକଙ୍କ ଉପସ୍ଥିତିରେ ଏହି କେନ୍ଦ୍ରକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ- ଟାଫେ, ଶ୍ରୀ ସନ୍ଦୀପ ସିହ୍ନା ଉଦ୍ଘାଟନ କରିଥିଲେ ।
କୃଷକମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ ସହିତ ବାସ୍ତବ-ସମୟ ପ୍ରଦର୍ଶନ ସହିତ ସଶକ୍ତ କରି ସେମାନଙ୍କୁ ସେମାନଙ୍କର ଉତ୍ପାଦକତା ଏବଂ ଦକ୍ଷତା ବୃଦ୍ଧିରେ ସହାୟତା କରିବା ଏହି କେନ୍ଦ୍ରର ଲକ୍ଷ୍ୟ । ଏହି କେନ୍ଦ୍ର କୃଷି ବିଜ୍ଞାନ ଓ କୃଷି ପଦ୍ଧତିରେ ସର୍ବାଧୁନିକ ପ୍ରଗତିକୁ ପ୍ରଦର୍ଶନ କରିବ, ଯେଉଁଥିରେ ଫସଲ ଉତ୍ପାଦନ, ସୁରକ୍ଷା ଏବଂ ପ୍ରକ୍ରିୟାକରଣର ଧାରା ଅନ୍ତର୍ଭୁକ୍ତ । ଏହା ମଧ୍ୟ ଭାରତୀୟ କୃଷି ପରିସ୍ଥିତି ପାଇଁ ଉପଯୁକ୍ତ ବିଶ୍ୱସ୍ତରୀୟ କୃଷି ଯାନ୍ତ୍ରିକୀକରଣ ସମାଧାନଗୁଡିକ ପ୍ରଦର୍ଶନ କରିବ ।
ଟାଫେର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଆଧାରିତ ଗବେଷଣା ଏବଂ ତାଲିମ ପ୍ରୟାସ ‘ଜେଫାର୍ମ’ ୧୯୬୪ରେ ଚେନ୍ନଇର କେଲମ୍ବକ୍ମମ୍ରେ ପ୍ରତିଷ୍ଠିତ ହୋଇଥିଲା । ସେବେଠାରୁ ଏହା କୃଷି ଯାନ୍ତ୍ରିକୀକରଣ ଏବଂ ତୃଣମୂଳ ସ୍ତରର କୃଷି ଆବଶ୍ୟକତାଗୁଡିକ ମଧ୍ୟରେ ଏକ ସଂଯୋଗକାରୀ ସେତୁ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କେଲମ୍ବକମ୍ମ୍ କେନ୍ଦ୍ର ବ୍ୟତୀତ ତେଲେଙ୍ଗାନାରେ ଜେଫାର୍ମର ଆଉ ଏକ କେନ୍ଦ୍ର ମଧ୍ୟ ରହିଛି । ରାଜସ୍ଥାନରେ ଜେଫାର୍ମ ଏବଂ ଉତ୍ପାଦନ ତାଲିମ କେନ୍ଦ୍ର (ପିଟିସି) ଏକ ସିଏସ୍ଆର ପଦକ୍ଷେପ ଏବଂ ଏହା ଦେଶର ଏହିଭଳି ତୃତୀୟ କେନ୍ଦ୍ର ହୋଇଛି ।
କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ଟାଫେର ଭାଇସ୍ ଚେୟାରମ୍ୟାନ ଡ.ଲକ୍ଷ୍ମୀ ଭେନୁ କହିଥିଲେ, “ଭାରତୀୟ କୃଷିର ପ୍ରଗତି ଦୃଢ କ୍ଷେତ୍ରଭିତ୍ତିକ ଜ୍ଞାନ, ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟିତ୍ୱ ପ୍ରତି ଗଭୀର ସମ୍ମାନବୋଧର ମିଶ୍ରଣ ଉପରେ ଭାରତୀୟ କୃଷିର ପ୍ରଗତି ନିର୍ଭର କରେ ବୋଲି ଆମେ ଟାଫେରେ ସର୍ବଦା ବିଶ୍ୱାସ ରଖିଆସିଛୁ । ଜେଫାର୍ମ ରାଜସ୍ଥାନର ଉଦ୍ଘାଟନ ଏହି ବିଶ୍ୱାସ ଏବଂ କୃଷକମାନଙ୍କର ପ୍ରଗତିରେ ଅଂଶୀଦାର ଭାବରେ ସେମାନଙ୍କ ସହିତ ଛିଡାହେବା ପାଇଁ ଆମର ନିରନ୍ତର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର) ନିର୍ବାହ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”
