କିଟ୍ କାର୍ନଭାଲ ଷ୍ଟାର ନାଇଟ୍‌ରେ ସୁନିଧିଙ୍କ ଧୁନ୍‌ରେ ନାଚିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୯।୨: କିଟ୍ ବିଶ୍ୱବିଦ୍ୟାଳୟର ସିଲଭର କାର୍ନିଭାଲ ଅବସରରେ ଅନୁଷ୍ଠିତ ଷ୍ଟାର ନାଇଟ୍‌ରେ ଜଲୱା ଦେଖାଇଛନ୍ତି ପ୍ରସିଦ୍ଧ ବଲିଉଡ ଗାୟିକା ସୁନିଧି ଚୌହାନ। ସେ ଥିଲେ ଷ୍ଟାର ନାଇଟ୍‌ର ମୁଖ୍ୟ ଆକର୍ଷଣ। ଷ୍ଟାର ନାଇଟ୍‌ରେ ସୁନିଧି ବଲିଉଡ଼ରେ ଗାଇଥିବା ବହୁ ସୁପର  ହିଟ୍  ଗୀତ ପରିବେଷଣ କରିଥିଲେ। ଧୁମ ଫିଲ୍ମର କ୍ରେଜି କିଆରେ’ ଧୁମ୍ ମଚାଲେ’ ସଙ୍ଗୀତଠାରୁ ଆରମ୍ଭ କରି ‘ବିଡି ଜଲେଇଲେ’, ‘ଶିଲା କି ଜୱାନୀ ପରୀ ଅନେକ ମନଛୁଆଁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ। ଛାତ୍ରଛାତ୍ରୀମାନେ ଗୀତର ତାଳେ ତାଳେ ନାଚିଥିଲେ। ଏହି ଅବସରରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୁନିଧୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ସିଲଭର କାର୍ନିଭାଲ ପାଇଁ ସମଗ୍ର କ୍ୟାମ୍ପସରେ ଉତ୍ସବର ମାହୋଲ। ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ ହୋଇଛି ସମଗ୍ର କିଟ୍ ବିଶ୍ୱବିଦ୍ୟାଳୟ। ଏଥି ସହିତ କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। କେଉଁଠି ଫୁଡ ଫେଷ୍ଟିଭାଲର ଆସର ତ ଆଉ କେଉଁଠି ଚିତ୍ରକଳା ପ୍ରଦର୍ଶନୀ ଓ ଲାଇଭ୍ ଆର୍ଟ କାର୍ଯ୍ୟକ୍ରମ। ଏହା ସହିତ ଛାତ୍ରଛାତ୍ରୀମାନେ ଫେସ୍ ପେଣ୍ଟିଂ, ମେହେନ୍ଦି ଓ ହେୟାର ଷ୍ଟାଇଲର ମଜା ନେଉଛନ୍ତି। ଏହି କିଟ୍ କାର୍ନିଭାଲ କାର୍ଯ୍ୟକ୍ରମ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *