ଷ୍ଟେଟ ବ୍ଯାଙ୍କ ପେନସନଭୋଗୀ ସମ୍ମେଳନୀ

ଭୁବନେଶ୍ବର : ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ୱର ମଣ୍ଡଳ ତରଫରୁ ଗତ 7 ଫେବୃୟାରୀ 2023 ଦିନ ଭୁବନେଶ୍ବର ସ୍ଥିତ ରେଳ ପ୍ରେକ୍ଷ୍ଯାଳୟ ଠାରେ ଏକ ପେନସନଭୋଗୀ ସମ୍ମେଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମେଳନୀରେ 800 ରୁ ଅଧିକ ପେନସନ ଭୋଗୀ ଅଂଶଗ୍ରହଣ କରିଥିଲେ । ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦରଶେଖର ଶର୍ମା ଙ୍କ ସହ ଏହି ସମ୍ମେଳନୀରେ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ, ଭୁବନେଶ୍ବର ଜୋନର ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା , ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ, କର୍ମଚାରୀ ସଂଘ ଓ ପେନସନର ସଂଘର କାର୍ଯ୍ୟକାରୀବୃନ୍ଦ  ତଥା ସେବା ର କର୍ମକର୍ତାମାନେ  ଉପସ୍ଥିତ ଥିଲେ । ତାଙ୍କ ବକ୍ତବ୍ୟରେ ଶ୍ରୀ ଶର୍ମା ସମସ୍ତ ପେନସନଭୋଗୀଙ୍କୁ ଷ୍ଟେଟ ବ୍ୟାଙ୍କର ରାଜଦୂତ କହି ସମ୍ବୋଧନ କରିଥିଲେ ଓ ସମାଜରେ ସକାରାତ୍ମକତା ବିସ୍ତାର କରିବାକୁ ଆହ୍ଵାନ ଦେଇଥିଲେ ।

ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ବଜାର ଅଂଶ 37% ରୁ 40% ସ୍ତରକୁ ଆଣିବା ପାଇଁ ତଥା ଉନ୍ନତମାନର ବ୍ୟବସାୟ ପରିଚାଳନା ଓ ଗ୍ରାହକ ସେବା ଯୋଗାଇବା ପାଇଁ ଶ୍ରୀ ଶର୍ମା ଉପସ୍ଥିତ ସମସ୍ତ ପେନସନଭୋଗୀ ମାନଙ୍କୁ ମତାମତ ଓ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ । ଆନନ୍ଦ ରାଠୀ ଓ ତାଙ୍କ ସହଯୋଗୀ ଅବସରପ୍ରାପ୍ତ ପେନସନର ମାନଙ୍କ ପାଇଁ ‘ଷ୍ଟେଟ ବ୍ଯାଙ୍କ ହେଲଥ ଆସିଷ୍ଟ’ ସ୍କିମ ଉପସ୍ଥାପନା କରିଥିଲେ । ଶ୍ରୀ ଶର୍ମା ଉପସ୍ଥିତ 75 ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କ ପେନସନଭୋଗୀ ମାନଙ୍କୁ ଶାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *