ଷ୍ଟେଟ୍ ବ୍ୟାଙ୍କ ଅନ୍ତର୍ମଣ୍ଡଳ ବାସ୍କେଟ୍ ବଲ୍ ଟୁର୍ନାମେଣ୍ଟ ଉଦଯାପିତ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଅନ୍ତର୍ମଣ୍ଡଳ ବାସ୍କେଟବଲ୍ ଟୁର୍ନାମେଣ୍ଟ 12 ଡିସେମ୍ବର 2023 ରୁ 15 ଡିସେମ୍ବର 2023  ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍, KIIT ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା | ଷ୍ଟେଟ ବ୍ଯାଙ୍କର 17 ଟି ମଣ୍ଡଳ ମଧ୍ୟରୁ 15ଟି ମଣ୍ଡଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ | ଚଣ୍ଡିଗଡ଼ ମଣ୍ଡଳର ଦଳ ଏହି ଟୁର୍ନାମେଣ୍ଟରେ ବିଜେତା ଦଳ  ଘୋଷିତ ହୋଇଥିବା ବେଳେ ହାଇଦ୍ରାବାଦ ମଣ୍ଡଳ ଏବଂ ଭୁବନେଶ୍ୱର ମଣ୍ଡଳ ପ୍ରଥମ ରନର୍ସ ଅପ୍ ଏବଂ ୨ୟ ରନର୍ସ ଅପ୍ ଟାଇଟଲ୍ ଜିତିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା , ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପୃଥୀ , ମୁଖ୍ୟ ମହାପ୍ରବନ୍ଧକ (ମାନବ ସମ୍ବଳ ) ଶ୍ରୀ ରାଜୀବ କୁମାର, ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ, କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଶ୍ରୀ ବାନ୍ଦଲିଶ, ସ୍ଥାନୀୟ ଅଧିକାରୀ ସଂଘ ଓ କର୍ମଚାରୀ ସଂଘର ନେତୃବୃନ୍ଦ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ନାମେଣ୍ଟ KIIT କର୍ତ୍ତୃପକ୍ଷଙ୍କ ସହାୟତାରେ ଭୁବନେଶ୍ୱର ମଣ୍ଡଳ କଲ୍ୟାଣ ସମିତି  ଦ୍ୱାରା ଆୟୋଜିତ ହୋଇଥିଲା |

Leave a Reply

Your email address will not be published. Required fields are marked *