ଷ୍ଟେଟ ବ୍ଯାଙ୍କ କ୍ଷେତ୍ରୀୟ କାର୍ଯ୍ଯାଳୟ ଖୋର୍ଦ୍ଧାର ନୂତନ କାର୍ଯ୍ଯାଳୟ ଉଦ୍ଘାଟିତ

ଭାରତୀୟ ଷ୍ଟେଟ ବ୍ଯାଙ୍କ କ୍ଷେତ୍ରୀୟ ବ୍ଯବସାୟିକ କାର୍ଯ୍ଯାଳୟ ଖୋର୍ଦ୍ଧା ଜେମାଦେଇ ସ୍ଥିତ  ମା ବରୁଣେଇ ହୋଟେଲ , ପ୍ରଥମ ମହଳାକୁ ସ୍ଥାନାନ୍ତରିତ ହୋଇଛି । ତା 3 ଜାନୁଆରୀ 2024 ଦିନ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ  ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥୀ ଏହି କାର୍ଯ୍ଯାଳୟକୁ ନେଟୱର୍କ -୧ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ , ଭୁବନେଶ୍ବର ଅଞ୍ଚଳର ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା ଓ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ନରେନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ସେବା, ଷ୍ଟେଟ ବ୍ଯାଙ୍କ ଅଧିକାରୀ ଓ କର୍ମଚାରୀ ସଂଗଠନର ନେତୃବୃନ୍ଦ ଓ ଅନ୍ୟ କାର୍ଯ୍ଯକର୍ତ୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *