ତୈଳ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନରେ ଖୋର୍ଦ୍ଧା ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କଲା ନଗର କଂଗ୍ରେସ

ଖୋର୍ଦ୍ଧା : ୧୧/୬ (ପ୍ରବାହ ନିଉଜ୍) ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦର ଆଜି ପ୍ରଦେଶ କଂଗ୍ରେସ ଦଳ ତରଫରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ସକାଳ ୭ ଟା ଠାରୁ ୧୧ ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏ ନେଇ ଖୋର୍ଦ୍ଧା ନଗର କଂଗ୍ରେସ ଦଳ ତରଫରୁ ପୁରୁଣା ବସଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ପିସିସି ମୁଖପାତ୍ର ଅମିତ ମହାନ୍ତି ଏବଂ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଶିଶିର କୁମାର ପରିଡ଼ାଙ୍କ ସହ ଅନେକ କଂଗ୍ରେସ କର୍ମୀମାନଙ୍କ ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Leave a Reply

Your email address will not be published. Required fields are marked *