ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ବିଜେପିର ବ୍ଲକ୍ ଅଫିସ ଘେରାଉ

ଖୋର୍ଦ୍ଧା : ୦୯/୦୭(ପ୍ରବାହ ନିଉଜ୍) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଵ ଭାରତୀୟ ସ୍ତରରେ ଏକ ଜନ କଲ୍ୟାଣକାରୀ ଯୋଜନା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ବିଗତ ବର୍ଷ ମାନଙ୍କରେ ୨୯.୯୧ ଲକ୍ଷ ପକ୍କାଘର ପାଇଁ ସହାୟତା ଯୋଗାଇ ଦେଇଥିବା ବେଳେ ଚଳିତ ବର୍ଷ ସର୍ବାଧିକ ୮.୧୭ ଲକ୍ଷ ଘର ପାଇଁ ଅନୁଦାନ ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ବ୍ଲକ୍ ଘେରାଉ କରାଯାଇଛି।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ହୋଇଥିବା ଦୁର୍ନୀତି ଅଭିଯୋଗରେ ଆଜି ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ବିଜେପି। ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ ଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ କୋଭିଡ଼ କଟକଣାକୁ ମାନି ବ୍ଲକ୍ ସମ୍ମୁଖରେ ଧାରଣା ଦେବା ସହ ସରକାରଙ୍କ ଅପାରଗତା ଓ ବିଭାଗୀୟ ଅଧିକାରୀ ମାନେ କିପରି ଗରିବ ଲୋକ ବଦଳରେ ପ୍ରଭାବଶାଳି ବ୍ୟକ୍ତି ଙ୍କୁ ଆବାସ ଯୋଜନାରେ ସାମିଲ କରିବା, ଦଳୀୟ ଆଧାରେ ଆବାସ ଯୋଜନା ପ୍ରଦାନ, ଖୋର୍ଦ୍ଧା ବ୍ଲକର ନନ୍ଦପୁର ପଞ୍ଚାୟତକୁ ଅହେତୁକ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ ଘଟଣାର ତଦନ୍ତ କରିବା ଲାଗି ଦାବି କରିଛି।

ବିଗତ ଦିନରେ କେନ୍ଦ୍ରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ଓଡ଼ିଶାର ୫ଟି ଜିଲ୍ଲାର ୯ଟି ବ୍ଲକରେ ଥିବା ୧୫ଟି ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିବା ପରେ କେନ୍ଦ୍ର ସରକାର ଏହି ଅନିୟମିୟତାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଗୋଷ୍ଟି ଉନ୍ନୟନ ଅଧିକାରୀ ରୁମାନା ଯାଫ୍ରିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜଙ୍କ ସମେତ ଜିଲ୍ଲାର ଅନେକ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *