ରାଜନଗର: ନୁଆ ମୁହଁ ସମ୍ଭାବନାଚାକିରୀ ଛାଡ଼ି ରାଜନିତିରେ ପ୍ରବେଶ କରିବେ ରାଜ୍ୟ ଗୃହନିର୍ମାଣ ସଂସ୍ଥାର ବରିଷ୍ଠ ଅଧିକାରୀ ଡଃ ବସନ୍ତ କୁମାରସାହାଣୀ

ଭୁବେନେଶ୍ୱର/କେନ୍ଦ୍ରାପଡ଼ା,୧୩ା୧ :ନୁତନ ବର୍ଷ ୨୦୨୩ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେବ ବୋଲି ଆକଳନ କରି ରାଜ୍ୟର ଯୁବ ନେତୃତ୍ୱମାେନ ଖୁବ୍‌ ସତର୍କ ଓ ତତ୍ପରତାର ସହ ଗୋଟି ଚାଳନା କରୁଛନ୍ତି। ଏହି ବର୍ଷ ରାଜ୍ୟ ରାଜନିତି ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମନେ କରାଯାଉଛି। ଏହି ପରିପ୍ରେକ୍ଷୀରେ ଯେଉଁ କେତେକ ନିନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବିଧାୟକ ଭାବେ ଗତ ନୁର୍ବାଚନରେ ଜିତିଥିଲେ, ସେମାନଙ୍କ ମଧ୍ୟରୁ କେତେକ ସନ୍ତୋଷଜନକ କାର୍ଯ୍ୟ କରି[ପାରି ବିଜେଡ଼ି ରାଜ୍ୟ ନେତୃତ୍ୱଙ୍କର ଅସନ୍ତୋଷ ତାଲିକାରେ ଅଛନ୍ତି। ଏହି ବିଧାୟକମାେନେ ନିଜ ସ୍ଥିତ ଜାଣିପାରି, ଆଉ ତୃଣମୂଳସ୍ତରରେ କାର୍ଯ୍ୟକୁ ଗୁରୁତ୍ୱ ନଦେଇ ଲବି ରାଜ ନିତିରେ ବିଶ୍ୱାସ କରୁଛନ୍ତି। କିନ୍ତୁ ସରକାରୀ ଦଳ ବିଜେଡ଼ିର ତ୍ରିସ୍ତରୀୟ ସର୍ଭେ ଓ ଗୁପ୍ତ ରିର୍ପୋଟ ସଂଗ୍ରହଯୋଗୁ ଲବି କରୁଥିବା ବିଧାୟକମା[ଙ୍କୁ ଆଗୁଆ କିଛି ଜଣାଇ ଅସନ୍ତୋଷ ବୃଦ୍ଧି କରିବା ଅପେକ୍ଷା, ଆଗରୁ ସେମାନଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ପ୍ରାର୍ଥୀ ସନ୍ଧାନରେ ତଥ୍ୟ ସଂଗ୍ରହ ଚାଲିଛି। ଏହି ପ୍ରକ୍ରିୟାର ଅଂଶବିଶେଷ ଭାବେ ରାଜ୍ୟର ପ୍ରମୁଖ ନିର୍ବାଚନ ମଣ୍ଡଳୀ ରାଜନଗର ଏହି ତାଲିକାରେ ଆସୁଥିବାରୁ ଏଠାରୁ କାହାକୁ ପ୍ରାର୍ଥୀ କରାଯିବ ସେହି ତଥ୍ୟ ଖୁବ୍‌ ସତର୍କତାର ସହ ଗୁପ୍ତ ଭାବେ ବିଭିନ୍ନ ସୂତ୍ରରୁ ଯୋଗାଡ଼ କରାଯାଇଛି। ଚୟନର ମାପଦଣ୍ଡଅନୁଯାୟୀ ନୂତନ ପ୍ରାର୍ଥୀ, ଜଣେ ସ୍ଥାନିୟ, ଉଚ୍ଚଶିକ୍ଷିତ, ବିଜୁ ଆଦର୍ଶାନୁଗାମୀ, ଦକ୍ଷ, ସ୍ୱାବଲମ୍ବୀ, ସ୍ୱଚ୍ଛ ଓ ଅପରାଧମୁକ୍ତ ଭାବମୂର୍ତ୍ତି ସମ୍ପନ୍ନ ଯୁବ ସଂଗଠକଙ୍କୁ ଚୟ[ କରାଯିବାର ସମ୍ଭାବନା ଥିବା ଜଣାଯାଉଛି।

ଏହି ମାପଦଣ୍ଡାନୁସାରେ ବର୍ତ୍ତମାନର ବିଧାୟକଙ୍କ ନାମରେ ବିଭିନ୍ନ ଦୁରନିତି ଓ ଅପାରଗ ପଣିଆର ଛାପା ଲାଗି ସାରିଥିବାରୁ ଓ ଅନ୍ୟ ପୂର୍ବତନ ବିଧାୟକମାେନ ବ୍ୟକ୍ତିଗତ ଅସୂୟାରୁ ବିଜୁ ଜନତା ଦଳ ପ୍ରତି ବିତସ୍କୃହ ଥିବାରୁ ବିଜେଡ଼ି ପାଇଁ ନୂତନ ପ୍ରାର୍ଥୀଟିଏ ଏହି ନିର୍ବାଚନ ମଣ୍ଡଳୀରେ ଅପରିହାର୍ଯ୍ୟ ହୋଇପଡ଼ିଛି। ଆଶାୟୀ ନୁତନ ପ୍ରାର୍ଥୀମାନଙ୍କ ମଧ୍ୟରୁ ଡଃ ବସନ୍ତ କୁମାର ସାହାଣୀ ସ୍ଥାନିୟ ସାତଭାୟା ଅଞ୍ଚଳର ଅଧିବାସୀ ହୋଇଥିବାବେଳେ ଜଣେ ଉଚ୍ଚଶିକ୍ଷିତ ବୁଦ୍ଧିଜୀବୀ ଭାବେ ଏହି ଅଞ୍ଚଳରେ ସୁପରିଚିତ। ଛାତ୍ର ଜୀବ[ରେ ସେ ଜାତୀୟ ମେଧାବୃତ୍ତି ପାଇଁ ଅଧ୍ୟୟନ କରିଥିବା ବେଳେ ବର୍ତ୍ତମାନ ଡକଫରେଟ ସାରି ଡିଲିଟ୍‌ କରୁଅଛନ୍ତି।। ତାଙ୍କର ଗବେଷଣାତ୍ମକ ପୁସ୍ତକ, ‘ଜିର୍ଣ୍ଣି ଅଫ୍‌ ସ୍ଲିମ ଡେ୍ୱଲର୍‌ସ- ଏ ସୋସିଓ- ଇକୋ- ଏନଭାର୍ଣ୍ଣମେଣ୍ଟ କ୍ରୁସେଡ୍‌’ ଜର୍ମାନିର ଲ୍ୟାପ୍‌ଲାମ୍ବାର୍ଡ ଏକାଡେମୀକ୍‌ ପବ୍ଲିଶିଂ ହାଉସ୍‌ ଦ୍ୱାରା ପ୍ରକାଶିତ ହୋଇଛି। ବୃତ୍ତିରେ ସେ ଜଣେ ସରକାରୀ ବରିଷ୍ଠ ଅଧିକାରୀ ଭାବେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ କର୍ତ୍ତ୍ୟବରତ।

ସାତଭାୟା ପୁନର୍ବସତି କାର୍ଯ୍ୟକ୍ରମର ଅଗ୍ରଗଣ୍ୟ ସଂଗଠକଭାବେ ତତ୍କାଳୀନ ଜନତା ଦଳ ସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସାତଭାୟା ସମସ୍ୟାର ଦୃଷ୍ଟି ଆକର୍ଷଣ କରି, ତାଙ୍କ ନିର୍ଦ୍ଦେଶରେ ତତ୍କାଳୀନ ରାଜ୍ୟ ରାଜସ୍ୱ ସଚିବଙ୍କୁ କ୍ଷେତ୍ର ପରିଦର୍ଶନ କରାଇ ୯୪ ଲକ୍ଷ ଟଙ୍କା ଗୃହିତ କରାଇ ଏହି କାମ ଆରମ୍ଭ କରିଥିଲେ ଯାହା ସଫଳ ଭାବେ ସମ୍ପୂର୍ଣ୍ଣ ହୋଇପାରିଛି। ଜଣେ ଛାତ୍ରେ[ତା ଭାବେ କେନ୍ଦ୍ରାପଡ଼ା କଲେଜର ସେକ୍ରେଟାରୀ ହେବା ସହ ବିଶ୍ୱବିଦ୍ୟାଳୟର ଆଇ[ ମହାବିଦ୍ୟାଳୟ ପ୍ରାକ୍ତନ ସଭାପତି ଭାବେ କର୍ତ୍ତବ୍ୟ ତୁଲାଇଛନ୍ତି। ତାଙ୍କ ଛାତ୍ର ସମୟରେ ହୋଇଥିବା ବୁର୍ଲା ଛାତ୍ର ଆନ୍ଦୋଳନ, ଛବିରାଣୀ ହତ୍ୟାକାଣ୍ଡ ଓ ଅନ୍ଧୁଣୀ ଛାତ୍ରୀ ହତ୍ୟାକାଣ୍ଡର ବିରୋଧୀ କରି ଛାତ୍ରମା[ଙ୍କ ମଧ୍ୟରେ ବଳିଷ୍ଠ ନେତୃତ୍ୱ ନେଇ ଅନ୍ୟାୟ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି. ସିଂ ପ୍ରବାଦ ପୁରୁଷ ପଟ୍ଟନାୟକଙ୍କର ଜଣେ ଅନୁଗାମୀ ଓ ସହକର୍ମୀ ଭାବେ ନିଜ ଦକ୍ଷତା ବଳରେ ସେମାନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬-୮୮ ବ୍ୟାଚର ପୂର୍ବତନ ଛାତ୍ର ସଂସଦର ସଭାପତି, ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଅଫିସର୍ସ ଆସୋସିଏସନର ସଭାପତି ଓ ବିଭିନ୍ନ ଦୈନିକ ସମ୍ପାଦପତ୍ରମା[ଙ୍କ ଉପଦେଷ୍ଟା ମଣ୍ଡଳୀ ନିର୍ଦ୍ଦେଶକ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଅଛନ୍ତି। ଲକ୍ଷ୍ମୌ ଓଡ଼ିଆ ସମାଜ ସହଯୋଗରେ ୧୨୦ ଟ୍ରକ ରିଲିଫ ସାମଗ୍ରୀ ଓ ୨ କୋଟି ୨୫ ଲକ୍ଷ ଟଙ୍କା ଯୋଗାଡ଼ କରି ବର୍ତ୍ତମା[ର ମା[ନ୍ୟାବର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦିଆଇଥିଲେ। ଯୁବକ ଓ ଛାତ୍ରମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉତ୍କଳ ଏଜୁକେଶନ ଟ୍ରଷ୍ଟ ନାମରେ ଗୋଟିଏ ଅନୁଷ୍ଠାନ ଗଢ଼ି ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରାୟ ୧୨୦୦ଜଣଙ୍କୁ ବିଭିନ୍ନ ବୈଷୟିକ ବିଦ୍ୟା କ୍ଷେତ୍ରରେ ତାଲିମ ଦେବା ସହ ଅନ୍ୟ ୧୨୦୦-୧୩୦୦ଜଣଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ଯୋଗାଇ ଦେଇଅଛନ୍ତି। ରାଜନଗର ଗୋଟିଏ ଦୁର୍ବିପାକ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାକାର ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ ନାଗରିକମା[ଙ୍କୁ ରିଲିଫ ଯୋଗାଇଦେବା ସହ ବିଭିନ୍ନ ସମାଜ ସହ ସଂଯୋଗ କରାଇ ସେମାେନେ ଯେପରି ସାହାର୍ଯ୍ୟ ପାଇପାରିବେ, ତାହାର ଉତ୍ତମ ବ୍ୟବସ୍ଥା କରାଉଛନ୍ତି। ଏହାସହ ସମବାୟ କ୍ଷେତ୍ରରେ କାର୍ଯ୍ୟ କରି କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ସେ ଜଣେ ପ୍ରତିଷ୍ଠାତା ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ପୁଣି, ସେ ସାତଭାୟା ପଞ୍ଚବରାହୀ ପୂଜା ସମିତିର ସଭାପତି ହେବା ସହ, ଦାଖା ହାଇସ୍କୁଲ, ଚାନ୍ଦବାଲିର ପୁରାତନ ଛାତ୍ର ସଂସଦର ସଭାପତି ଅଟନ୍ତି। ରାଜନଗରର ବିଭିନ୍ନ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଭାବେ ସେ ସକ୍ରିୟ ସହଯୋଗ କରି ଆସୁଛନ୍ତି।

ଅତୀତରେ ଶ୍ରୀ ସାହାଣୀ ତାଙ୍କର ସେବାମୂଳକ କାମ ପାଇଁ ମନ୍ଥ[,
ମାର୍ଗଦର୍ଶ[, ଉତ୍କଳ ସମାଜ ଓ ଦୈନିକ ନ୍ୟାୟବତୀ ସମ୍ବାଦପତ୍ର ମା[ଙ୍କରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି। ଏଭଳି ଜଣେ ଉଦୀୟମା[ ଯୁବକଙ୍କୁ ବିଜୁ ଜ[ତା ଦଳ ତରଫରୁ ପ୍ରାର୍ଥୀ କରାଗଲେ, ରାଜନଗରର ସର୍ବାଙ୍ଗୀନ ଉନ୍ନତି ହେବା ସହ ଏଠାକାର ଅଧିବାସୀମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ରାଜ୍ୟ ରାଜନିତିରେ ହୋଇପାରିବ ବୋଲି ରାଜ[ଗର ଓ କେନ୍ଦ୍ରାପଡ଼ା ଜିଲ୍ଲା ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇ ସେ ବର୍ତ୍ତମାନ ଚର୍ଚ୍ଚାର ଶିରୋନାମାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *