ନ୍ୟାସନାଲ ଷ୍ଟାର୍ଟଅପ୍ ଦିବସ: ବେଦାନ୍ତ ଆଲୁମିନିୟମ ଷ୍ଟାର୍ଟଅପ୍ ସହଯୋଗରେ ଏହାର ଡିଜିଟାଲ ଅଭିନବତାକୁ ପ୍ରଦର୍ଶନ କରିଛି

  • କମ୍ପାନି ଷ୍ଟାର୍ଟଅପ୍ ସହଭାଗୀଙ୍କ ଜରୀଆରେ ସ୍ୱତନ୍ତ୍ର ଜ୍ଞାନ ବଂଟନ ଅଧିବେଶନ ଆୟୋଜନ କରିଛିି ।
  • କାର୍ଯ୍ୟକ୍ରମର ଉତ୍କର୍ଷତା ବୃଦ୍ଧି ଲାଗି ୯୦ରୁ ଅଧିକ ପ୍ରକଳ୍ପରେ ପ୍ରାୟ ୬୦ ଟେକ୍ ଷ୍ଟାର୍ଟଅପ୍ ସହିତ ସହଯୋଗ କରିବ ।

  • ଭୁବନେଶ୍ୱର,୧୭ ଜାନୁଆରୀ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ୯୦ଟି ବିଭିନ୍ନ ପ୍ରକଳ୍ପରେ ପ୍ରାୟ ୬୦ଟି ଅତ୍ୟାଧୁନିକ ପ୍ରଯୁକ୍ତି ଷ୍ଟାର୍ଟଅପ ସହିତ ସହଯୋଗକୁ ପାଳନ କରୁଛି । କଂପାନି ୪.୦ ପ୍ରଯୁକ୍ତି ଉପଯୋଗ କରୁଛି । ଆର୍ଟିଫିସିଆଲ ଇଂଟେଲିଜେନସ, ପ୍ରାକୃତିକ ଭାଷା ପ୍ରକ୍ରିିୟାକରଣ, ମେସିନ ଲର୍ଣ୍ଣିଂ, ଟେକନୋଲୋଜି, କମ୍ପ୍ୟୁଟର ଭିଜନ ପ୍ରଭୃତି ଉପଯୋଗ କରୁଛି ।
    ଜାତୀୟ ଷ୍ଟାର୍ଟଅପ ଦିବସ ପାଳନ ଅବସରରେ କମ୍ପାନି ସେମାନଙ୍କ ସହଯୋଗର ସଫଳତାକୁ ପ୍ରଦର୍ଶନ କରିବା ଓ ବେଦାନ୍ତ ଆଲୁମିନିୟମର ଜଟିଳ କାର୍ଯ୍ୟରେ ଉଦୀୟମାନ ପ୍ରଯୁକ୍ତିର ପ୍ରଭାବକୁ ପ୍ରଦର୍ଶନ କରିବା ଲାଗି ଜ୍ଞାନ ବଂଟନ ଅଧିବଶେନ ଜରିଆରେ ବହୁ ଅଗ୍ରଣୀ ଷ୍ଟାର୍ଟଅପକୁ ନିମନ୍ତ୍ରଣ କରିଥିଲା । ଏଥିରେ କମ୍ପାନିର ସ୍ମେଲଟର, ରିଫାଇନାରୀ, ପାୱାର ପା୍ଳଂଟ, ଯୋଗାଣ ଶୃଙ୍ଖଳା ଓ ଏଚଏସଇ ପ୍ରଥା ଭଳି ବିଭିନ୍ନ ପରିସ୍ଥିତି ଅନ୍ତର୍ଭୁକ୍ତ ।
    ଷ୍ଟାର୍ଟଅପ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆ ନୀତି ସହ ଏହି ପ୍ରୟାସ କମ୍ପାନିର ଉଦ୍ୟମ ବେଦାନ୍ତ ସ୍ପାର୍କ, ଏକ ଅନନ୍ୟ ବିଶ୍ୱ କର୍ପୋରେଟ ଇନାଭେସନ ଦିଗ ଯାହା ଷ୍ଟାର୍ଟଅପ ମାନଙ୍କୁ ବଡ଼ ଧରଣର ପ୍ରଭାବ ସୃଷ୍ଟି କରିବାରେ ସହାୟତା କରେ ।
    ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଳାଭେନ କହିଛନ୍ତିଯେ- ଭାରତର ଅର୍ଥନୀତିରେ ବିଶ୍ୱର ଆଭିମୁଖ୍ୟରେ ବୃଦ୍ଧି ଏହାର ଗତିଶୀଳତା ଓ ନିରନ୍ତର ଉଦ୍ୟୋଗୀ ଉତ୍ସାହ ଦ୍ୱାରା ଜାଗ୍ରତ ହୋଇଛି । ବେଦାନ୍ତ ଆଲୁମିନିୟମ ଏଡି ଷ୍ଟାର୍ଟଅପଗୁଡ଼ିକରୁ ବିକିରଣ କରୁଥିବା ନିରନ୍ତର ଡ୍ରାଇଭକୁ ସଂପନ୍ନ କରେ ଯାହା ବିଶ୍ୱର ଉତ୍କର୍ଷତା ପାଇଁ ଏହି ପ୍ରୟାସକୁ ଆଗକୁ ନେଇଥାଏ । ଆଲୁମିନିୟମର ଏକ ସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରିବା ସହ ଅଭିବୃଦ୍ଧି ଓ ବିକାଶର ପଥ ପରିଷ୍କାର ଲାଗି ଡିଜିଟାଲ ପ୍ରଥମ । ତେଣୁ ଆମେ ନିଜର ଉତ୍ପାଦନ ଓ କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୁକ୍ତ ସଦୁପଯୋଗ କରୁଛୁ ।
    ସହଯୋଗ ଉପରେ ମତ ଦେଇ ରାଜୁ ଯାବତି- ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗ୍ଲୋଭିଜନ ଟେକ୍‌ନୋ ସର୍ଭିସେସ ପ୍ରା. ଲି କହିଛନ୍ତି ଯେ କମ୍ପାନି ସହ କାମ କରି ଆମେ ଆନନ୍ଦିତ । ତାଙ୍କ ସହ ହିମାଂଶୁ ଶ୍ରୀବାସ୍ତବ, ନିର୍ଦ୍ଦେଶକ ଗ୍ରାହକ ସଫଳତା ଜେଷ୍ଟଆଇଓଟି କହିଛନ୍ତତିଯେ-ଆମେ କଂପାନି ସହିତ ସହଯୋଗୀତା କରି ଝାରସୁଗୁଡ଼ା ସ୍ମେଲଟର ଅପରେସନରେ ବ୍ୟବହୃତ ଓ ଜଟିଳ କାର୍ଯ୍ୟରେ ସ୍ୱଛତା ବୃଦ୍ଧି ଲାଗି ବ୍ୟବହୃତ ବୈଷୟିକୀ ଜ୍ଞାନ କୌଶଳ ପ୍ରଦାନ କରୁଛୁ ।
    ନବସୃଜନର ଏକ ବହୁବିଧ ବିକାଶ ଓ କର୍ମଚାରୀଙ୍କୁ ଏଥିପ୍ରତି ପ୍ରେରିତ କରିବା ଲକ୍ଷ୍ୟରେ କମ୍ପାନି ଏହାର ବ୍ୟବସାୟ ୟୁନିଟ ଗୁଡ଼ିକରେ ଇନୋଭେସନ କାଫେ ପ୍ରତିଷ୍ଠା କରିଛି । ଏହି ସ୍ଥାନ ଗୁଡ଼ିକ ଇନକ୍ୟୁବେଟର ଭାବେ କାର୍ଯ୍ୟ କରେ, ଯେଉଁଠାରେ କର୍ମଚାରୀ ଓ ବ୍ୟବସାୟିକ ଭାଗିଦାରୀମାନେ ବିଭିନ୍ନ ବ୍ୟବସାୟିକ ଆହ୍ୱାନର ମୁକାବିଲା କରନ୍ତି ଓ ଆଭ୍ୟନ୍ତରୀଣ ଜ୍ଞାନ କୌଶଳ ଓ ଅଭିନବ ସମାଧାନ କରିବାକୁ ସକ୍ଷମ ହୁଅନ୍ତି । ଏକକାଳୀନ ଭାବେ କମ୍ପାନି ମାଇକ୍ରୋ ଉଦ୍ୟୋଗୀମାନଙ୍କୁ ନେଇ ଏକ ବ୍ୟାପକ ଇକୋ ସିଷ୍ଟମକୁ ଏହାର କାର୍ଯ୍ୟାକରୀ ଅଂଚଳରେ କାର୍ଯ୍ୟକାରୀ କରୁଛି । ଏହାର ବସ୍ତୃତ ମୂଲ୍ୟ ଶୃଙ୍ଖଳା, ଗ୍ରାହକ ନେଟୱର୍କ ଓ ଯୋଗାଣକାରୀ ନେଟୱର୍କ କେବଳ ଅନେକ ଏମଏସଏମଇକୁ ପ୍ରୋତ୍ସାହନ କରୁନାହିଁ ବରଂ କମ୍ପାନି ପାଇଁ ମୂଲ୍ୟବାନ ଯୋଗାଣକାରୀ ତଥା ସମ୍ମାନଜନକ ବ୍ୟବସାୟୀ ସହଭାଗୀଙ୍କୁ ପ୍ରୋତ୍ସାହନ ଯୋଗାଉଛି ।

Leave a Reply

Your email address will not be published. Required fields are marked *