ଜାତୀୟ ଶକ୍ତି ସଂରକ୍ଷଣ ଦିବସ: ବେଦାନ୍ତ ଆଲୁମିନିୟମ ପ୍ୟାଟେଟେଂଡ ପୋଟଲିଂ ଟେକ୍ନୋଲୋଜି ମାଧ୍ୟମରେ ଉର୍ଜ୍ଜା ସଂରକ୍ଷଣ ବିକାଶ କରିବ

ଶକ୍ତି ମନ୍ତ୍ରାଳୟ ଦ୍ୱାରା ଶକ୍ତି ଅଭିନବ ଉଦ୍ଭାବନକୁ ପ୍ରଦର୍ଶନ ପାଇଁ କରାଯାଇଥିବା ପଦକ୍ଷେପ କମ୍ପାନି ଦ୍ୱାରା ୨ୟ କ୍ଲାଇମେଟ ଆକ୍ସନ ରିପୋର୍ଟ ମଧ୍ୟ ଲଂଚ କରାଯାଇଛି


ଭୁବନେଶ୍ୱର, ୧୪ ଡିସେମ୍ବର ୨୦୨୩: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଏହାର ଆଲୁମିନିୟମ ସ୍ମେଲଟରର ପଟ୍‌ର ଡିଜାଇନରେ ଏକ ନୂଆ ସଫଳତା ଘୋଷଣା କରିଛି । ସ୍ମେଲଟର ମଧ୍ୟରେ ଯେଉଁଠି ପଟ୍ ବା ବୃହତ ବୈଦ୍ୟୁତକ କୋଷ ଗୁଡ଼ିକ ରହିଥାଏ ସେଥିରେ ତରଳାଇବା ପ୍ର୍ରକ୍ରିୟା କରାଯାଇଥାଏ । ବେଦାନ୍ତ ଲାଇନ ଡିଜାଇନ ହେଉଛି ଏକ ପେଟେଟେଂଡ ଶକ୍ତି ଦକ୍ଷ କୌଶଳ ଯାହା ବେଦ୍ୟୁତିକ ଶକ୍ତି ଦକ୍ଷତା ଓ ତରଳାଇବା ପାଇଁ ପଟକୁ ସୁବିଧା ପ୍ରଦାନ କରିଥାଏ ଓ ଉତ୍ପାଦିତ ଟନ ପ୍ରତି ୨୦୦ କିୱ.ାଘ.ରୁ ୨୫୦ କିୱା.ଘ ଶକ୍ତି ଖର୍ଚ୍ଚ ହ୍ରାସ କରିଥାଏ ।

ଶକ୍ତି ମନ୍ତ୍ରାଳୟର ଶକ୍ତି ଦକ୍ଷତା ବ୍ୟୁରୋ ଦ୍ୱାରା ଏହାର ଜାତୀୟ ଶକ୍ତି ଦକ୍ଷତା ପୁରସ୍କାର ୨୦୨୩ର ଅଂଶ ଭାବରେ ଭାରତର ରାଷ୍ଟ୍ରପତି ଶ୍ରିମତି ଦ୍ରୌପଦି ର୍ମୁମୁ ଶକ୍ତି ସଂରକ୍ଷଣ ଦିବସରେ ଏହି ସମ୍ମାନଜନକ ସ୍ୱୀକୃତି କମ୍ପାନିର ପ୍ରତିବଦ୍ଧତାକୁ ବଳିଷ୍ଠ ପ୍ରମାଣ କରିଛି । ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ, ଏହି ସମ୍ମାନଜନକ ସ୍ୱୀକୃତି ବିଶ୍ୱ ଆଲୁମିନିୟମ ଶିଳ୍ପ ମଧ୍ୟରେ ପରିବର୍ତନଶୀଳ ଉଦ୍ଭାବନ ମାଧ୍ୟମରେ ଶକ୍ତି ଦକ୍ଷତା ଏବଂ ସଂରକ୍ଷଣ କରିବାକୁ କମ୍ପାନୀର ପ୍ରତିବଦ୍ଧତାର ଦୃଢ ପ୍ରମାଣ ଅଟେ । ଏହି ପରିପ୍ରେକ୍ଷୀରେ ଜାତିସଂଘର ସ୍ଥାୟୀ ବିକାଶ ଶିଳ୍ପ, ଇନୋଭେସନ୍ ଏବଂ ଭିତିଭୂମି (ଏସଡିଜି୯), ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଉତ୍ପାଦନ (ଏସଡିଜି୧୨) ଏବଂ ଜଳବାୟୁ କାର୍ଯ୍ୟ (ଏସଡିଜି୧୩) ଲକ୍ଷ୍ୟ ରହିଛି ।

ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର କୌଶଳ ବ୍ୟବହାର କରି ଏକ ବର୍ଷର ସଫଳ ପରୀକ୍ଷଣ ପରେ, ଡିଜାଇନ୍ ବର୍ତମାନ ଏହାର ସ୍ମେଲଟରରେ ନିୟୋଜିତ ହେବାକୁ ପ୍ରସ୍ତୁତ, ଓଡିଶାର ବେଦାନ୍ତ ଝାରସୁଗୁଡା, ବିଶ୍ୱର ଅନ୍ୟତମ ବୃହତମ ଆଲୁମିନିୟମ୍ ସ୍ମେଲଟର ଏବଂ ବାଲକୋ, ଛତିଶଗଡର କୋରବାରେ ଅବସ୍ଥିତ ଭାରତର ଆଇକନିକ୍ ଆଲୁମିନିୟମ୍ ସ୍ମେଲଟର ହୋଇପାରିଛି । ଏହି ଡିଜାଇନ ବର୍ତମାନ ଝାରସୁଗୁଡ଼ା ବ୍ୟତୀତ, ବାଲକୋ, ଛତିଶଗଡ଼ରେ କାର୍ଯ୍ୟକାରୀ ହେଉଛି । ଏହା ଜିଏଚଜି ନିର୍ଗମନକୁ ବର୍ଷକୁ ପ୍ରାୟ ୩.୮୬ଲକ୍ଷ ଟିସିଓ୨ଇ କମ କରିଥାଏ ।

ବେଦାନ୍ତ ଆଲୁମିନିୟମ ଏହାର ଦ୍ୱିତୀୟ ବାର୍ଷିକ ଜଳବାୟୁ ଆକ୍ସନ ରିପୋର୍ଟକୁ ମଧ୍ୟ ଦାଖଲ କରିଛି । ଯେଉଁଥିରେ କମ୍ପାନିଗୁଡ଼ିକୁ ଜଳବାୟୁ ସମ୍ବନ୍ଧିତ ଆର୍ଥିକ ବିପଦ ଓ ସେମାନଙ୍କ ହୀତାଧିକାରୀଙ୍କ ପାଇଁ ସୁଯୋଗ ପ୍ରକାଶ କରିବାରେ ସାହାଯ୍ୟ କରିବାକୁ ଏକ ନିର୍ଦ୍ଦେଶାବଳୀ ରହିଛି । ବିସ୍ତୃତ ରିପୋର୍ଟରେ ମଧ୍ୟ ସ୍ୱଳ୍ପ, ମଧ୍ୟମ ଓ ଦୀର୍ଘ ଅବଧିରେ ଏହାର ସ୍ଥିରତା ଲକ୍ଷ୍ୟ ହାସଲ କରିବା ଲାଗି ବେଦାନ୍ତ ଆଲୁମିନିୟମ ଦ୍ୱାରା ନିଆଯାଇଥିବା

ଅଭିମୁଖ୍ୟ ଦର୍ଶାଯାଇଛି । ଏହି ଲିଙ୍କରେ ଉପଲବ୍ଧ ହୋଇପାରିବ : https://vedantaaluminium.com/sustainability/sustainability-report/

କମ୍ପାନିର ଶକ୍ତି ସଂରକ୍ଷଣ ପ୍ରୟାସ ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ଜନ ସ୍ଲାଭେନ କହିଛନ୍ତିଯେ-ବେଦାନ୍ତ ଆଲୁମିନିୟମରେ ଜଳବାୟୁ କାର୍ଯ୍ୟ ଏକ ପ୍ରମୁଖ ରଣନୀତିକ ସ୍ତମ୍ଭ ଓ ବ୍ୟବସାୟ ପାଇଁ ଜରୁରୀ ଅଟେ । ଏହା ଆମର କାର୍ବନ ଫୁଟ ପ୍ରିଂଟ କମାଇବାରେ ସହାୟତା କରିବ । ଶକ୍ତି ପରିଚାଳନା ଓ ସଂରକ୍ଷଣ ହେଉଛି ଏହି ସମଗ୍ର ପ୍ରୟାସର ଅବିଛେଦ୍ୟ ଅଙ୍ଗ ତେଣୁ ଆମର ଏହି ଆଲୁମିନିୟମ ଶିଳ୍ପରେ ଏହାକୁ କାର୍ଯ୍ୟକାରୀ କରୁଛୁ, ଯାହା ଦ୍ୱାରା ଉତ୍ପାଦନରେ ନୂଆ ମାନଦଣ୍ଡ ପ୍ରତିଷ୍ଠିତ ହେବ ।

ଅଭିନବତାର ଅଂଶ ଭାବରେ କମ୍ପାନି ସଫଳତାର ସହ ଗ୍ରାଫିଟାଇଜେସନକୁ ଏହାର ପଟ୍ ଲାଇନରେ ଡିଜାଇନ କରିଛି, ଏହି ପ୍ର୍ରକ୍ରିୟା ଆଲୁମିନିୟମ ଉତ୍ପାଦନରେ ବ୍ୟବହୃତ କ୍ୟାଥୋଡସର ଗୁଣକୁ ଗ୍ରାଫାଇଟ ସହିତ ଅଧିକ ସମାନ କରିଥାଏ । ଏହି ପ୍ର୍ରକ୍ରିୟା ତରଳାଇବା ଲାଗି ଗୁରୁତ୍ୱପୂର୍ଣ୍ଣ ଓ ଅଧିକ ଶକ୍ତି ଦକ୍ଷତା ଓ ସ୍ଥାୟୀ କାର୍ଯ୍ୟକାରୀତା ଲାଗି ବିଶେଷ ସହାୟକ ।

ବେଦାନ୍ତ ଆଲୁମିନିୟମ ୨୦୫୦ ସୁଦ୍ଧା କାର୍ବନ ନିରପେକ୍ଷତା ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ । ଆର୍ଥିକବର୍ଷ ୨୩ରେ ଏକ ପ୍ରଭାବଶାଳୀ ଶକ୍ତି ସଂରକ୍ଷଣ ପଦକ୍ଷେପ କାର୍ଯ୍ୟକାରୀ ମୋଟ ୧.୪ ମିଲିୟନ ଗିଗାଜୋଲ ଶକ୍ତି ସଂଚୟ ହାସଲ କରିଛି । ୨୦୨୫ ସୁଦ୍ଧା କମ୍ପାନି ଏହାର ମୋଟ ବିଦ୍ୟୁତ ଉପଯୋଗର ୭% ନବୀକରଣ ଯୋଗ୍ୟ ଶକ୍ତିରୁ ପାଇବା ଯୋଜନା କରିଛି । କେବଳ ଏହି ସମୟରେ ୧.୩୭ ବିଲିୟନ ୟୁନିଟ ଅକ୍ଷୟ ଶକ୍ତି ବ୍ୟବହାର କରି ଏକ ତାପଜ ବିଦ୍ୟୁତ କେନ୍ଦ୍ରରୁ ପ୍ରାୟ ୧୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ସହିତ ସମାନ ସୁବିଧା ଉପଲବ୍ଧ କରିଛି ।

Leave a Reply

Your email address will not be published. Required fields are marked *