ଓଡିଶା ଆଦର୍ଶ ବିଦ୍ୟାଳୟରେ କ୍ଷୁଦ୍ର  ବିଜ୍ଞାନ କେନ୍ଦ୍ର ଉଦଘାଟିତ

0
Pic-1

ଭୁବନେଶ୍ୱର : ମୀନାକ୍ଷୀ କୋଇଲା ଖଣି, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ ୟୁନିଟ୍ ପକ୍ଷରୁ ଏହାର ସିଏସଆର୍ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ, କମାଲାଗାରେ ଆଜି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏସଟିଇଏମ୍ (ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକୀ ଓ ଗଣିତ) ଶିକ୍ଷାକୁ ଆହୁରି ସରୀକରଣ ତଥା ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଉକ୍ତ କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ବିଷବସ୍ତୁଗୁଡ଼ିକୁ ନେଇ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅଧିକ ରୁଚି ସୃଷ୍ଟି କରିବା ତଥା ବିଜ୍ଞାନ ସମ୍ବନ୍ଧୀ ବିଷୟକୁ ସହଜ ଭାବେ ଛାତ୍ରଛାତ୍ରୀ ବୁଝିବା ସହ ପ୍ରାୟୋଗିକ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କ ଭବିଷ୍ୟତ ପାଇଁ ଆବଶ୍ୟକ ଦକ୍ଷତା ଓ ଜ୍ଞାନରେ ସଶକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି ।

ଏହି ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସିଏସଆର ମୁଖ୍ୟ ଶ୍ରୀ ଅଭିଜିତ ଉପସ୍ଥିତ ଥିଲେ। ଏଥିସହ ଓଡିଶା କ୍ଲଷ୍ଟର ସିଏସଆର ମୁଖ୍ୟ ଶ୍ରୀ ଶିବ ମହାପାତ୍ର ଏବଂ ମୀନାକ୍ଷୀ କୋଇଲା ଖଣିର ୟୁନିଟ୍ ହେଡ୍ ଶ୍ରୀ ମୁକେଶ ଝା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସହଯୋଗୀ ସଂସ୍ଥା ଏସଟିଇଏମ୍ ଲର୍ନିଙ୍ଗ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହ ସହକାରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ମୀନାକ୍ଷୀ କୋଇଲା ଖଣି ସିଏସଆର୍ ମୁଖ୍ୟ ଶ୍ରୀମତୀ ନିହାରିକା ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସଫଳତାର ସହ ପରିଚାଳନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You may have missed