ଜାତୀୟ ଆଦିବାସୀ କମିଶନ ସଦସ୍ୟଙ୍କ ଅଭିଯୋଗ ଶୁଣାଣି

ବଡ଼ବିଲ: ଯୋଡ଼ା ବ୍ଲକ ଓ ବଡ଼ବିଲ ପୋୖରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଆଦିବାସୀଙ୍କ ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣାଣି କରିଛନ୍ତି ଜାତୀୟ ଆଦିବାସୀ କମିଶନ ସଦସ୍ୟ ଅନନ୍ତ ନାଏକ। ବଡ଼ବିଲ ବିକାଶ ମହଲ ଠାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ସମୁଦାୟ ୩ ଶହ ରୁ ଅଧିକ ଅଭିଯୋଗର ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ରାଜ୍ୟ ଆଦିବାସୀ କମିଶନ କାର୍ଯ୍ୟାଳୟର ନିର୍ଦ୍ଦେଶକ ଜେ. ଜେ. ସରୋଡେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *