ଓଡ଼ିଶା ଡ୍ରାଇଭର ମହାସଂଘର ଅଭିନବ ପ୍ରୟାସ :: ଗାଡିଚାଳକଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଖୋର୍ଦ୍ଧା : ୦୪/୦୭(ପ୍ରବାହ ନିଉଜ୍) କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ସାରା ଦେଶ ଜଟିଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ସାଧାରଣ ବର୍ଗର ଲୋକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଏହା ସହିତ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ମହାମାରୀ ସମୟରେ ଗମନାଗମନ ଓ ମାଲ ପରିବହନ ପାଇଁ ଡ୍ରାଇଭର ମାନେ କରୋନାକୁ ଖାତିର ନକରିବା ସହ ନିଜ ଜୀବନକୁ ବାଜି ଲଗେଇ ଗୁରୁତ୍ୱ ପୂର୍ଣ୍ଣ ଭୁମିକା ନେଇ ଅନେକ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିଥିବା ସତ୍ତ୍ୱେ ସରକାର ଆଗ ଧାଡ଼ିର କରୋନା ଯୋଦ୍ଧା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସହାୟତା ଘୋଷଣା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଦ୍ଦିନରେ ଡ୍ରାଇଭର ମାନଙ୍କୁ କୌଣସି ପ୍ରକାରର ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ଓଡିଶା ଡ୍ରାଇଭର ମହାସଂଘର ସଭାପତି ସରୋଜ ଦାଶଙ୍କ ନେତୃତ୍ୱରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭିନବ ଉପାୟରେ ଓଡ଼ିଶା ଡ୍ରାଇଭର ମହାସଂଘର କିଛି ଡ୍ରାଇଭର ମାନେ ନିଜ ସଞ୍ଚିତ ଅର୍ଥରୁ ୧୬ନମ୍ବର ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡ଼ିମଟର ର ଡ୍ରାଇଭର ମାନଙ୍କୁ ମାକ୍ସ, ପାଣିବୋତଲ ଓ ବିସ୍କୁଟ ବଣ୍ଟନ କରିଛନ୍ତି ଏବଂ ଏହା ସହିତ ସମସ୍ତ ସଭ୍ୟ ଏକଜୁଟ ହୋଇ ଚଳାଚଳ କରୁଥିବା ଡ୍ରାଇଭର ମାନଙ୍କୁ ସହଯୋଗ ହାତବଢାଇଥିବା ବେଳେ ତାଙ୍କର ଏହି ପ୍ରୟାସକୁ ଜାରି ରଖିବାରେ ସାରା ରାଜ୍ୟର ଡ୍ରାଇଭରଙ୍କୁ ସାମିଲ ହୋଇ ସରକାରଙ୍କ ନିକଟରେ ଦାବି ରଖିବାକୁ ନିବେଦନ କରିଛନ୍ତି ।