ଘରେ ପଶି ମାଡମାରିବା ଭିଡିଓ ଭାଇରାଲ :ଏସ୍.ପି ଙ୍କ ନିକଟରେ ଗୁହାରୀ କଲେ ପୀଡ଼ିତ ପରିବାର

ଖୋର୍ଦ୍ଧା : ୦୯/୦୭(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରାଇମୂଳପାଟଣା ଗ୍ରାମରେ ଜମିଜମା କୁ ନେଇ ଦେଖା ଦେଇଛି ବିବାଦ । ନିଜ ସ୍ଥିତିବାନ ଜମିରୁ ଜୋର ଜବରଦସ୍ତ ପଥର ଖନନକୁ ବିରୋଧ ନେଇ ପ୍ରତିବାଦ କରିବାରୁ ଗ୍ରାମର କିଛି ଯୁବକ ଘରେ ପଶି ଉଭୟ ଦମ୍ପତିଙ୍କୁ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମାଡ ମାରୁଥିବା ସମୟର ଭିଡିଓ ହୋଇଛି ଭାଇରାଲ।

ମାଡ଼ ଖାଇବାକୁ ନେଇ ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା କଳ୍ପନା ପ୍ରଧାନ। ଏହାକୁ ନେଇ ମାମଲା ରୁଜ୍ଜୁ ହୋଇଛି ହେଲେ ଅଭିଯୁକ୍ତ ଯୁବକ ମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ।

ଏପଟେ ମାଡରେ ଆହତ ହୋଇଥିବା କଳ୍ପନା ଓ ତାଙ୍କ ସ୍ୱାମୀ ଚିକିତ୍ସିତ ହୋଇ ଫେରିବା ପରେ ପରିବାର ଲୋକ ପୁର୍ନବାର ଉକ୍ତ ଯୁବକମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସେପଟେ ପୋଲିସ ପୂର୍ବ ପରି ମାମଲା ରୁଜୁ କରି ଚୁପ ବସିଥିବା ବେଳେ ଏପଟେ ଅଭିଯୁକ୍ତ ମାନେ ଖୋଲାଖୋଲି ବୁଲୁଛନ୍ତି ଏବଂ ଜୀବନରେ ମାରିଦେବାକୁ ଧମକ ଦେଉଥିବାର ଅଭିଯୋଗ କରିଛନ୍ତି ପିଡୀତା କଳ୍ପନା ।

ଅଭିଯୁକ୍ତ ମାନକ ଗିରଫ ସହିତ ନିଜକୁ ନ୍ୟାୟ ଓ ପରିବାରର ସୁରକ୍ଷା ନିମନ୍ତେ କଳ୍ପନା ଏବଂ ତାଙ୍କ ସ୍ୱାମୀ ବାଉରିବନ୍ଧୁ ଆଜି ଖୋର୍ଦ୍ଧା ଏସ୍.ପି ଙ୍କ ନିକଟରେ ଗୁହାରି କରିଛନ୍ତି। ସେପଟେ ଏସ୍.ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *