ଆଦିବାସୀ ବିକାଶ ସମିତିରେ ନୂଆବର୍ଷ ପାଳିଲା ବଡ଼ବିଲ ପ୍ରେସ କ୍ଲବ


ବଡ଼ବିଲ: ୦୧.୦୧.୨୦୨୩: ଆଜି ବଡ଼ବିଲ ପ୍ରେସ କ୍ଲବ ର ସଦସ୍ୟ ମାନେ ଏକ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି।ପଦ୍ମଶ୍ରୀ ଡ଼ ତୁଳସୀ ମୁଣ୍ଡାଙ୍କ ତତ୍ୱାବଧାନରେ ପରିଚାଳିତ ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତିରେ ପଢ଼ୁଥିବା କୁନି କୁନି ପିଲାମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ,ତତ ସହିତ ଡ଼ ତୁଳସୀ ମୁଣ୍ଡା ଏବଂ ଦମୟନ୍ତୀ ସାମଲ ଙ୍କୁ ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଆଶୀଷ କାମନା କରିଥିଲେ।କ୍ଲବ ପକ୍ଷରୁ ସଭାପତି ସୁବୋଧ ଦାସ,ଦେବାକାନ୍ତ ଦାସ,ଧରଣୀଧର ମହାନ୍ତ,ବିଶ୍ୱଜିତ ମହାନ୍ତ ଏବଂ ମଧୁସୂଦନ ସାହୁ ଉପସ୍ଥିତ ଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *