୧୬ ନମ୍ବର ଜାତୀୟ ରାଜପଥରେ ଆରମ୍ଭ ହେଲା ପାଟ୍ରୋଲିଂ ସେବା

ଖୋର୍ଦ୍ଧା : ୦୧/୦୨/୨୦୨୧ : ଆଜିଠାରୁ  ଆରମ୍ଭ ହେଲା ୧୬ ନମ୍ବର ଜାତୀୟ ରାଜପଥ ରେ ପୋଲିସ ପାଟ୍ରୋଲିଂ ସେବା ।

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଦେଇ ଯାଇଥିବା କୋଲକତା-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ରେ ଆସୁଥିବା ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଏହି ପାଟ୍ରୋଲିଂ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ କଂଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କଲେ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଭର୍ଚୁଆଲ କଂଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ନେଇ ଆଲୋକପାତ କରିଥିଲେ । ଜାତୀୟ ରାଜପଥରେ ରାହାଜାନୀ ରୋକିବା ଓ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା କରିବା ଉଦେଶ୍ୟ ନେଇ ଏହି ସେବା ରାଜ୍ୟ ମଧ୍ୟ ଦେଇ ଯାଇଥିବା ସମସ୍ତ ବ୍ୟସ୍ତବହୁଳ ଜାତୀୟ ରାଜପଥ ଗୁଡିକରେ ଆରମ୍ଭ ହୋଇଅଛି ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାଞ୍ଚଳ ପୋଲିସ ଡ଼ି.ଆଇ.ଜି. ଆଶିଷ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପିତାପଲ୍ଲୀ ଠାରୁ ନେଇ ବାଲୁଗାଁ ମଧ୍ୟରେ ନିୟୋଜିତ ହୋଇଥିବା ପେଟ୍ରୋଲିଂ ଗାଡି ଗୁଡିକ ଦ୍ୱାରା ଜାତୀୟ ରାଜପଥରେ ଘଟୁଥିବା ଚୋରୀ, ରାହାଜାନି, ଡକାୟତି, ଦୁର୍ଘଟଣା ମାନ କମ ହେବାର ଆଶଙ୍କା ସହିତ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ଅନେକ ପ୍ରକାରର ସୁବିଧା ମିଳିପାରିବ ବୋଲି ଓ ନିୟୋଜିତ ହୋଇଥିବା ପାଟ୍ରୋଲିଂ ଗାଡ଼ି ପର୍ଯାୟ କ୍ରମେ ତିନି ଭାଗରେ ବିଭକ୍ତ ହୋଇ ପ୍ରଥମଟି ପିତାପଲ୍ଲୀ ଠାରୁ ଗୋଡ଼ିପଡ଼ା, ସେହିପରି ଦ୍ୱିତୀୟ ଗାଡ଼ି ଗୋଡିପଡା ଠାରୁ ନେଇ ଟାଙ୍ଗୀର କୁହୁଡ଼ି ପର୍ଯ୍ୟନ୍ତ ଓ ତୃତୀୟରେ ଟାଙ୍ଗୀ ଠାରୁ ବାଲୁଗାଁର ନାଭାଲ ଛକ ମଧ୍ୟରେ ପାଟ୍ରୋଲିଂ କରିବା ନେଇ କହିଛନ୍ତି ଚିଲିକା ବିଧାୟକ।

Leave a Reply

Your email address will not be published. Required fields are marked *