‘ଆନିମିଆ ମୁକ୍ତ ମୟୂରଭଞ୍ଜ’ ପାଇଁ ଖିମଜୀ ଦୟାଭାଇ କୋ ଗ୍ରୁପ୍ ଦେଲା ଆହ୍ୱାନ

0
5f59e3da-e074-418a-980d-88b9401269bc

ବାରିପଦା, ୧୦.୦୪.୨୦୨୬: ମୟୂରଭଞ୍ଜ ଜିଲ୍ଲାରେ ମହିଳା ଓ ଶିଶୁମାନଙ୍କ ଠାରେ ଦେଖାଯାଉଥିବା ବ୍ୟାପକ ଆନିମିଆ ବା ରକ୍ତହୀନତାକୁ ରୋକିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଖିମଜୀ ଦୟାଭାଇ କୋ ଗ୍ରୁପ୍ ବାରିପଦାର ସହିଦ୍ ସ୍ମୁତି ଭବନରେ ‘ଆନିମିଆ ମୁକ୍ତ ମୟୂରଭଞ୍ଜ’ ଅଭିଯାନ ଆରମ୍ଭ କରିଛି । ଉଚିତ୍ ସମୟରେ ଯାଞ୍ଚ ଓ ନିବାରଣ ଅଭ୍ୟାସ ସମ୍ବନ୍ଧରେ ସଚେତନତା ସୃଷ୍ଟି କରି ଆନିମିଆକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ଅଭିଯାନ ହେଉଛି ଏକ ଜିଲ୍ଲାସ୍ତରୀୟ ଜନସ୍ୱାସ୍ଥ୍ୟ ସୁରକ୍ଷା ପଦକ୍ଷେପ ।  ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଓ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ନିହାରିକା ମହାନ୍ତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା ଦିଗରେ ମାର୍ଗଦର୍ଶନ କରିଥିଲେ । 

 “ମୟୂରଭଞ୍ଜ ଜିଲ୍ଲାରେ ଆନିମିଆ ଏକ ଗୁରୁତର ସମସ୍ୟା ରୂପେ ରହିଛି ଏବଂ ଏହା ଅଧିକ ପ୍ରଭାବିତ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ ଯାହା ଅତ୍ୟନ୍ତ ଚିନ୍ତାଜନକ । ଏହାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି  ବୋଲି ମୁଖ୍ୟ ଅତିଥି ଶ୍ରୀ ନୟକ ମତ କରିବା ସହ  ଏହାର  ନିୟନ୍ତ୍ରଣ ପାଇଁ ସାମୁହିକ ଦାୟିତ୍ୱ ଅତ୍ୟାବଶ୍ୟକ, ଏହା କେବଳ ପରିବାର ର ନୁହେଁ, ସମଗ୍ର ସମାଜର ଦାୟିତ୍ୱ ।”  ଏଭଳି ପ୍ରୟାସଗୁଡିକ ସଚେତନତା ସୃଷ୍ଟିର ପ୍ରଥମ ପଦକ୍ଷେପ ଏବଂ ସରକାରୀ କାର୍ଯକ୍ରମ ସହଯୋଗ କରିବାକୁ କର୍ପୋରେଟ୍ ସଂସ୍ଥାମାନେ ଆଗକୁ ଆସିଲେ ଶୀଘ୍ର ଆନିମିଆ ପରିସ୍ଥିତିରେ ସୁଧାର ଦେଖିବାକୁ ମିଳିବ ବୋଲି କହିଛନ୍ତି।  ଏହି ଅବସରରେ କମ୍ପାନୀର ସିଇଓ ନିଶିତ୍ ନନ୍ଦା ଜନକଲ୍ୟାଣ ଉଦ୍ଦେଶ୍ୟରେ କମ୍ପାନୀର ପ୍ରତିଶ୍ମ୍ରତିବନ୍ଧତା ବିଷୟରେ ଆଲୋକପାତ କରି କହିଥିଲେ, “ଅନେକ ଦଶନ୍ଧି ଧରି, ମୟୂରଭଞ୍ଜ ଆମକୁ ଅତ୍ୟନ୍ତ ଭରସା ଓ ସହଯୋଗ ଦେଇଆସିଛି । ଏହି ଅଭିଯାନ ଜରିଆରେ ଆମେ କେବଳ ଯେ ଜିଲ୍ଲା ପ୍ରଶାସନ କୁ ସହଯୋଗ କରୁଛୁ ତାହା ନୁହେଁ ବରଂ ଏ କ୍ଷେତ୍ରରେ ସାମିଲ ଥିବା ସମସ୍ତ ଷ୍ଟେକ୍‌ହୋଲ୍‌ଡର୍‌ଙ୍କୁ ଏକତ୍ରିତ ହୋଇ ଲଢେଇ ଜାରି ରଖିବାର ଆହ୍ୱାନ ଦେଇଛୁ । ଏହି ଅଭିଯାନ ଆମ ପାଇଁ କେବଳ ଏକ ସିଏସ୍‌ଆର୍ କାର୍ଯ୍ୟକ୍ରମ ନୁହେଁ ବରଂ ଏକ ସ୍ୱାସ୍ଥ୍ୟକର ଓ ବଳିଷ୍ଠ ସମାଜ ଗଠନ ଦିଗରେ ଦୀର୍ଘମିଆଦି ପ୍ରତି

Leave a Reply

Your email address will not be published. Required fields are marked *

You may have missed