ମହା କାର୍ତ୍ତିକ ମାସର ପ୍ରଥମ ପଞ୍ଚକ । ଯାହାକୁ ବକ ପଞ୍ଚକ କୁହାଯାଏ। ପ୍ରଥମ ପଞ୍ଚକରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଇଥିଲେ ବାବା ଧବଳେଶ୍ଵର। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପଞ୍ଚକର ପ୍ରଥମ ଦିନରେ ରାତି ୪ଟାରୁ ନିତିକାନ୍ତି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ଦ୍ବାର ଫିଟାଯାଇଥିଲା।

କଳା ବଳଦ କୁ ଧଳା କରିଥିଲେ ବାବା ଧବଳେଶ୍ଵର। ବାବାଙ୍କ ମହିମା ଯୋଗୁଁ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଛୁଟି ଆସନ୍ତି ଏ‌ହି ପୀଠ କୁ ବାବା ଙ୍କ ଦର୍ଶନ ପାଇଁ। ବିଶେଷ କରି ପଞ୍ଚୁ କରେ ମହାପ୍ରଭୁ ଧବଳେଶ୍ୱର ଙ୍କ ଦର୍ଶନ କଲେ କୋଟିଜନ୍ମ ର ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି। ପଞ୍ଚକ ପାଞ୍ଚ ଦିନରେ ପାଞ୍ଚଟି ବେଶରେ ଦର୍ଶନ ଦେବେ ଧବଳେଶ୍ଵର ।ଆଜି ପ୍ରଥମ ପଞ୍ଚକ ରେ ଚନ୍ଦ୍ରମଉଳି ବେଶ ରେ ଦର୍ଶନ ଦେଇଥିଲେ । ପୂଜକ ସମିତି ପକ୍ଷରୁ ରାତ୍ର ୪ଟାରୁ ନୀତିକାନ୍ତି କରାଯାଇ ବେଶ ପରେ ଦ୍ବାର ଫିଟାଯାଇଥିଲା। ପ୍ରଥମ ପଞ୍ଚକରେ ବାବାଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ବାବାଙ୍କ କୃପାଲାଭ କରିଛନ୍ତି।

Leave a Reply

Your email address will not be published. Required fields are marked *