ବେଦାନ୍ତ ଲାଞ୍ଜିଗଡ଼ର ଶାନଦାର ପ୍ରଦର୍ଶନ କଳାହାଣ୍ଡି ଉତ୍ସବ ୨୦୨୪ରେ ସମସ୍ତଙ୍କ ପାଇଁ ଏକ ପ୍ରମୁଖ ଆର୍କଷଣ ଥିଲା

ବେଦାନ୍ତ ଲାଞ୍ଜିଗଡ଼ ଲେକପ୍ରିୟ ବାର୍ଷିକ ସାଂସ୍କୃତିକ ଉତ୍ସବରେ ପ୍ରମୁଖ କଳା ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ଗୁଡ଼ିକର ଝଲକ ଉପସ୍ଥାପନ କରିଥିଲା ।


ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୩୧ ଜାନୁଆରୀ ୨୦୨୪ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଭବାନୀପାଟଣାରେ ଆୟୋଜିତ କଳାହାଣ୍ଡି ଉତ୍ସବରେ ଯୋଗ ଦେଇ ଘୁମୁରା-୨୪ ଆୟୋଜନ କରିଥିଲା । ଏହି ଅଂଚଳର କଳା, ସଂସ୍କୃତି, ସଂଗୀତ, ସାହିତ୍ୟକୁ ପ୍ରତିପାଦିତ କରୁଥିବା ଏହି ବାର୍ଷିକ ଉତ୍ସବ ପାରଂପାରିକ ଲୋକନୃତ୍ୟ ଘୁମରାକୁ ବିଶେଷ ପ୍ରସାରିତ କରିଥିଲା।

ବେଦାନ୍ତର ଷ୍ଟଲରେ କମ୍ପାନିର ଉତ୍ପାଦ ସମ୍ଭାର ପ୍ରଦର୍ଶନ କରଯାଇଥିଲା । ଏହା ବ୍ୟତୀତ ଏହାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗୁଡ଼ିକ ଉପରେ ମଧ୍ୟ ଉପସ୍ଥାପନ କରିଥିଲା । ଏହି ପ୍ରଦର୍ଶନୀରେ ପ୍ରକଳ୍ପ ସାହି ଅଧିନରେ ଅନେକ ବିକଶିତ ହସ୍ତତନ୍ତ ଓ ପ୍ୟାକେଜ ଉତ୍ପାଦକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବେଦାନ୍ତ ଆଲୁମିନିୟମ ଦ୍ୱାରା ୪୦୦୦ରୁ ଅଧିକ ମହିଳାଙ୍କୁ ସେଲଫ ହେଲଫ ଗ୍ରୁପ ମାଧ୍ୟମରେ ଉଦ୍ୟୋଗୀତା ପାଇଁ ଏକ ସୁଯୋଗ ଦେଇଥିଲା ।

ଏହି ଉତ୍ସବରେ ୧୦୦୦୦ରୁ ଅଧିକ ଦର୍ଶକ ଯୋଗଦେଇ ଥିଲେ । ମିସ ପି.ଅନ୍ୱେଷା ରେଡି, ଜିଲ୍ଲାପାଳ, କଳାହାଣ୍ଡି ଓ ଜି.ଅଭିଳାଶ ଏସପି, କଳହାଣ୍ଡି ଯୋଗ ଦେଇଥିଲେ । ବେଦାନ୍ତ ଲାଂଜିଗଡ଼ ଦଶମ ବୋର୍ଡ ପରୀକ୍ଷାରେ ଜିଲ୍ଲାର ଟପରଙ୍କୁ ପୁରସ୍କୃତ କରିଥିଲା ।

ଶ୍ରୀ ପ୍ରଣବ ଭଟ୍ଟାଚାର୍ଯ୍ୟ, ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଆମ ସମସ୍ତଙ୍କ ପାଇଁ ଏକ ଉଲ୍ଲେଖନୀୟ ପ୍ଲାଟଫର୍ମ । ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ବଂଚାଇ ରଖିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ଆମେ ଏହାର ବିକାଶ ପ୍ରତି ଯତ୍ନବାନ ରହିଛୁ । ଆମର କାର୍ଯ୍ୟକଳାପ ଓ ସାମାଜିକ ପ୍ରଭାବ ଓ ପ୍ରୟାସ ଜରୀଆରେ କଳାହାଣ୍ଡିର ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛୁ ।

କଳାହାଣ୍ଡିର କଳା ପରଂପରାକୁ ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ବେଦାନ୍ତର ପ୍ରତିବଦ୍ଧତା ଏହାର ଷ୍ଟଲରେ ଥିବା ପ୍ରଦର୍ଶନୀ ମାଧ୍ୟମରୁ ସ୍ପଷ୍ଟ ହୋଇଥିଲା । ବେଦାନ୍ତ ଲାଂଜିଗଡ଼ର ଧୋକ୍ରା ଓ ସଉରା କଳାକୁ ପୁର୍ନଜୀବିତ ପାଇଁ କାର୍ଯ୍ୟକ୍ରମ ଅଧିନରେ ତାଲିମ ନେଉଥିବା କାରିଗରମାନଙ୍କ ଦ୍ୱାରା ଏହା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମାଂଚଳରୁ ପ୍ରାୟ ୨୦୦ରୁ ଅଧିକ ଲୋକ ଜୀବିକା ନିର୍ବାହ କରୁଛନ୍ତି ।

 ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, କଳାହାଣ୍ଡି କହିଛନ୍ତିଯେ କଳାହାଣ୍ଡି ଉତ୍ସବ ଏକ ମହତ୍ୱପୂର୍ଣ୍ଣ ଉତ୍ସବ ଓ ଲୋକମାନେ ପ୍ରତିବର୍ଷ ଏହାକୁ ଅପେକ୍ଷା କରିଥାନ୍ତି । ବେଦାନ୍ତ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରାଯାଉଥିବାରୁ କମ୍ପାନିକୁ ମୁଁ ଧନ୍ୟବାଦ ଜଣାଉଛି ।

ବେଦାନ୍ତ ପକ୍ଷରୁ ଗୋଷ୍ଠୀ ସ୍ତରରେ ଗୁଣମାନର ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ କାର୍ଯ୍ୟକ୍ରମରେ ବେଦାନ୍ତ ଲାଞ୍ଜିଗଡ଼ର ଅବଦାନ ଯୋଗୁ ୬୭ରୁ ଅଧିକ ଗ୍ରାମ ଉପକୃତ ହେଉଛି । ଏହାର ୩୭୮ରୁ ଅଧିକ ଏସଏଚଜିରୁ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରୁଛି । ଏହା ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣାତ୍ମକ ଓ ଘର ନିକଟରେ ସ୍ୱାସ୍ଥ୍ୟସେବା ପହଁଚାଇଥାଏ । ଏଠାରେ କମ୍ପାନି ପକ୍ଷରୁ ଡିଏଭି ସ୍କୁଲ ପ୍ରତିଷ୍ଠା କରାଯାଇଛି । ୨୦୦ରୁ ଅଧିକ ଆଧୁନିକ ଅଙ୍ଗନବାଡି ନନ୍ଦଘର ମାଧ୍ୟମରେ ୪୦୦୦ ପିଲା ଓ ୮୦୦ ମହିଳାଙ୍କୁ ପୋଷଣ ଯୋଗାଉଛି । କ୍ରୀଡ଼ା ଓ ଦକ୍ଷତା କ୍ଷେତ୍ରରେ ୨୦୦ରୁ ଅଧିକ ଯୁବକଙ୍କୁ ସହାୟତା କରୁଛି ।

Leave a Reply

Your email address will not be published. Required fields are marked *