ହୃଦୟ ପାଇଁ ଦୌଡ : ଷ୍ଟେଟ ବ୍ଯାଙ୍କ ଓ କେୟାର ହସ୍ପିଟଲ ଦ୍ଵାରା ମିଳିତ ୱାକାଥନ
ଭୁବନେଶ୍ଵର: ଆଜି ବିଶ୍ଵ ହୃଦୟ ଦିବସ ଉପଲକ୍ଷେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଓ କେୟାର ହସ୍ପିଟାଲର ମିଳିତ ଆନୁକୁଲ୍ଯରେ ଏକ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମା ଓ କେୟାର ହସ୍ପିଟାଲର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡକ୍ଟର ବି ବି ମହାନ୍ତି ଓ ଡକ୍ଟର ମନୋରଞ୍ଜନ ମିଶ୍ର ଙ୍କ ଦ୍ଵାରା ଏହାର ଶୁଭାରମ୍ଭ ହୋଇଥିଲା ।
ଏହି ୱକାଥନରେ 500ରୁ ଅଧିକ ଛାତ୍ର ଓ ଷ୍ଟେଟ ବ୍ଯାଙ୍କ ତଥା କେୟାର ହସ୍ପିଟାଲର କର୍ମଚାରୀ ଅଂଶଗ୍ରହଣ କରିଥିଲେ । କେୟାର ହସପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ କିଶୟ ଆନନ୍ଦ ଓ ତାଙ୍କ ଦଳ ଏହି କାର୍ଯ୍ଯକ୍ରମର ସୁପରିଚାଳନା କରିଥିଲେ । ସୁସ୍ଥ ହୃଦୟ ପାଇଁ ଉପଦେଶ ଏବଂ ଟିପ୍ସ ବ୍ୟାନର ଏବଂ ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯାଇଥିଲା |