ରାଜ୍ୟରେ କରୋନାର ସୁପର ସ୍ପ୍ରେଡର ସାଜିଛି ଅଗ୍ରଣୀ ଶିକ୍ଷାନୁଷ୍ଠାନ : ଚିନ୍ତାରେ ଅଭିଭାବକ ଓ ପ୍ରଶାସନ

ଏବେ କରୋନା କବଳରେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ । ଭୁବନେଶ୍ବର ଜାଭିୟର, ରାଉରକେଲାର ନିଟ୍ ଏଭଳି ଅନେକ ଶିକ୍ଷାନୁଷ୍ଠାନ ଏବେ କରୋନା କବଳରେ ।

ଆଜି ଖୋର୍ଦ୍ଧା ଜଟଣୀ ସ୍ଥିତ ଆଇ.ଆଇ.ଟି. ରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜି ସୁଦ୍ଧା ଆଇ.ଆଇ.ଟି. ରେ ସମୁଦାୟ ୧୦ ଜଣ ଛାତ୍ର କୋଭିଡ ପଜିଟିଭ ହୋଇଛନ୍ତି । ଗତ ୨୨ ତାରିଖରେ ଏହି ଶିକ୍ଷାନୁଷ୍ଠାନର ୮ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରି ୪୫ ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା, ସେଥିମଧ୍ୟରୁ ଆଜି ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଛାତ୍ର ଏବେ ଆଇଆଇଟି କ୍ୟାମ୍ପସରେ ସଙ୍ଗରୋଧରେ ରହିଛନ୍ତି । ସମସ୍ତ ସଂକ୍ରମିତଙ୍କୁ ସ୍ୱତନ୍ତ୍ର ମେଡିକାଲ ଟିମ୍ ବରାବର ଦେଖାଶୁଣା କରୁଥିବା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଠାରୁ ସୂଚନା ମିଳିଛି ।

ସେହିପରି ଆଜି ଭୁବନେଶ୍ୱର ସ୍ଥିତ ଆଲେନ କ୍ୟାରିଅର ଇନଷ୍ଟିଚ୍ୟୁଟରୁ ମଧ୍ୟ ୨୦ ଜଣ କରୋନା ପଜିଟିଭ ବାହାରିବା ପରେ ବିଏମସି ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନ କୁ ସିଲ କରାଯାଇଛି । ଅନ୍ୟପଟେ କ୍ୟାମ୍ପସରେ ଥିବା ଅନ୍ୟ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ଅଭିଭାବକ ମାନେ ଚିନ୍ତିତ ହୋଇପଡିଛନ୍ତି ।