ବିଦ୍ୟୁତ ଆଘାତରେ ସିକୋ ଫାଣ୍ଡି ଗ୍ରାମରକ୍ଷୀ ମୃତ

ଖୋର୍ଦ୍ଧା : ୧୫/୮(ପ୍ରବାହ ନିଉଜ୍) ସାରା ଦେଶ ୭୫ତମ ସ୍ବାଧୀନତା ଦିବସକୁ ନେଇ ଆନନ୍ଦ ଉଲ୍ଲାସର ପର୍ବ ପାଳନ କରୁଥିବା ବେଳେ ।  ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଘଟିଯାଇଛି ଅଭାବନୀୟ ଘଟଣା । ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଇ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଉଚ୍ଚ ବିଦ୍ୟୁତ ସଂପନ୍ନ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀ ମୃତ୍ଯୁବରଣ କରିଥିବା ବେଳେ କନେଷ୍ଟବଳ ବୀର କିଶୋର ଭୋଳ ଆହତ ହୋଇଛନ୍ତି। ମୃତକ ହେଲେ ସିକୋ ଫାଣ୍ଡିରେ ଗ୍ରାମରକ୍ଷୀ ଭାବେ ନିଯୁକ୍ତ ଥିବା ନିଧିପୁରପାଟଣା ଗ୍ରାମର ଧନେଶ୍ଵର ଦାସ ।

ରବିବାର ସକାଳ ସାଢେ ୭ଟା ବେଳେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଖୁମ୍ବ ପୋତିବା ସମୟରେ ଲୁହା ପାଇପଟି ଫାଣ୍ଡି ପରିସର ଉପର ଦେଇ ଯାଇଥିବା 11KV. ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିବା ଫଳରେ ଉଭୟ ଗ୍ରାମରକ୍ଷୀ ଏବଂ କନେଷ୍ଟବଳ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା, କିନ୍ତୁ ଡାକ୍ତର ଗ୍ରାମରକ୍ଷୀ ଧନେଶ୍ୱର ଦାସଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁତର କନେଷ୍ଟବଳ ବୀରକିଶୋର ଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖି ଡାକ୍ତରଙ୍କ ପରାମର୍ଶରେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଏପଟେ ଧନେଶ୍ୱରଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *