କମୁଛି ପାରଦ,ବଢୁଛି ଶୀତ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଭୀଷଣ ଜାଡରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଫଳରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ମର୍ଣ୍ଣିଂ ଓ୍ବାକ୍ କରୁଛି ତ ଆଉ କିଏ ନିଆଁ ପୋଇଁ ହେଉଛି । ଏଭଳି ସ୍ଥିତି ଆହୁରି ୪ ଦିନ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୭ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ଦାରିଙ୍ଗବାଡିରେ ୯.୫, ଫୁଲବାଣୀରେ ୯ , କୋରାପୁଟରେ ୯.୬ , ରାଉରକେଲାରେ ୯.୭ , କଟକରେ ୧୪.୫ ଓ ଭୁବନେଶ୍ବରରେ ୧୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସକାଳୁ କିଛି ଜିଲ୍ଲାରେ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।