କାଇପଦର ବୋଖାରୀ (ପିରବାବା) ପୀଠର ଉନ୍ନତିକରଣ ଆରମ୍ଭ : ଦରଘା ସମ୍ମୁଖରୁ ଜବର ଦଖଲ ଉଛେଦ

ଖୋର୍ଦ୍ଧା : ୩୦/୦୭(ପ୍ରବାହ ନିଉଜ୍) ଓଡିଶା ସରକାର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ପାଇଁ ପଦକ୍ଷେପ ଗ୍ରହଣ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ କାଇପଦର ସ୍ଥିତ ଠାରେ ଥିବା ପୀରବାବା ପୀଠ ର ଉନ୍ନତିକରଣ ପାଇଁ ମଧ୍ୟ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି। ପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିବା ବେଳେ ଆବଶ୍ୟକ ସ୍ଥାନ ନିରୁପଣ କାର୍ଯ୍ୟରେ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ବେଆଇନ ଜବର ଦଖଲକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ସ୍ଥାନୀୟ ପ୍ରଶାସନ ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ପିରବାବା ପୀଠ ସମ୍ମୁଖରେ ବେଆଇନ ଭାବେ ଜବରଦଖଲ ହୋଇଥିବା ପାଚେରୀ, ଦୋକାନ ଘରକୁ ଉଛେଦ କରିବା ପାଇଁ ଆଜି ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁ , ଏସ୍.ଡି.ପି.ଓ ସୁଶୀଲ ମିଶ୍ର ଏବଂ ସଦର ଥାନା ଆଇଆଇସିଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ପହଞ୍ଚି  ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି। ପୀଠର ଉନ୍ନତିକରଣ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସ୍ୱାଗତ କରୁଥିବା ବେଳେ ଉଚ୍ଛେଦ ଆରମ୍ବରୁ କିଛି ସ୍ଥାନୀୟ ଦୋକାନୀମାନେ ବିରୋଧ କରିବା ସହ ହୋ ହଲ୍ଲା କରିଥିଲେ । ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରି ଜବର ଦଖଲକୁ ହଟାଇବା ସହିତ ଅବରୋଧ ହୋଇଥିବା ସ୍ଥାନକୁ ଖାଲି କରାଯାଇଛି। ବେଆଇନ ଭାବେ ଦଖଲ କରିଥିବା ଲୋକ ମାନଙ୍କୁ ଜାଗା ଖାଲି କରିବା ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିଲା ଏବଂ ଧାର୍ଯ୍ୟ କରାଯାଇଥିବା ଦିନ ଅନୁସାରେ ଆଜି ସକାଳ ୧୦ଟା ସମୟରେ ଆଇନ ଅନୁସାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଖୋର୍ଦ୍ଧା ତହସିଲଦାର ସୂଚନା ଦେଇଛନ୍ତି।

ଏହି ପୀଠକୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ନିଜ ମନସ୍କାମନା ପୂରଣ କରିବା ପାଇଁ ଆସିଥାନ୍ତି। ପିରବାବାଙ୍କ ପୀଠ ଉପରେ ନିର୍ଭର କରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି, ତେବେ ଉଚ୍ଛେଦ ପ୍ରକ୍ରିୟା ହେତୁ ଜୀବନ ଜୀବିକା ପ୍ରଭାବିତ ହେବା ଆଶାରେ ଦୋକାନୀ ମାନଙ୍କ ଥଇଥାନ ସମ୍ପର୍କରେ ଆସନ୍ତା ୭ ତାରିଖ ଦିନ ଏକ ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *