ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଡିପିଏମ-କର୍ମଚାରୀ ବିବାଦ ପ୍ରସଙ୍ଗ :ନିୟମ ଅନୁଯାୟୀ ବଦଳି କରିବାକୁ ଦାବି
ଖୋର୍ଦ୍ଧା : ୨୦/୮(ପ୍ରବାହ ନ୍ୟୁଜ୍) ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ଲାଗି କୌଣସି ବଦଳି ନୀତି ନଥିବାରୁ ଦୀର୍ଘବର୍ଷ ଧରି ଗାଦି ମାଡି ବସି ସ୍ୱେଛାଚାରିତା ଶାସନ ଚଲାଉଥବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ୨୦୧୯ ମସିହା ଅଗଷ୍ଟ୫ ରେ ଚିଠି ସଂଖ୍ୟା:-୧୦୫୭୨, ୧୭୨୩୧୮ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା କର୍ମଚାରୀମାନଙ୍କ ଲାଗି ସ୍ୱତନ୍ତ୍ର ବଦଳି ନୀତିକୁ ମିଶନ ନିର୍ଦେଶିକା କାର୍ଯ୍ୟକାରୀ କରିବା ପରେ ଆରମ୍ଭ ହେଲା ବିବାଦ । ଦୀର୍ଘଦିନ ଧରି ଡିପିଏମ ୟୁନିଟରେ କାର୍ଯ୍ୟ କରିଆସୁଥିବା କରିତକର୍ମା ବାବୁ ଜଣକ ବଦଳି ସମ୍ପର୍କିତ ନିୟମ ବିଷୟରେ ଜାଣି ପୁରା ଖପ୍ପା । ମିଶନ ନିର୍ଦ୍ଦେଶିକାଙ୍କ ଆଦେଶ ଅନୁଯାୟୀ ବଦଳି ନୀତି କାର୍ଯ୍ୟକାରୀ
ହୋଇଥିଲା ।
ଅନ୍ୟ ଏକ କାର୍ଯ୍ୟକ୍ରମର ପଦସ୍ଥ ମହିଳା କର୍ମଚାରୀ ଅନ୍ଯ କର୍ମଋରୀମାନଙ୍କୁ ବିଭ୍ରାନ୍ତି କରି ବିବାଦ ସୃଷ୍ଟି କରିଥିଲେ ତଥା ବଦଳିରେ ଅନ୍ୟତ୍ର ଯାଇଥବା କରିତକର୍ମା ବାବୁଙ୍କ ସହଯୋଗରେ ଡିପିଏମଙ୍କ ବିରୋଧରେ କିଛି ସତମିଛ ନେଇ ମିଶନ ନିର୍ଦ୍ଦେଶିକାଙ୍କ ପାଖରେ ଫେରାଦ ହୋଇଥିଲେ । ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଅଭିଯୋଗକୁ ଗୁରୁତ୍ଵ ଦେଇ ଡିପିଏମଙ୍କୁ ସମସ୍ତଙ୍କ ସହ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବାସହ ଭବିଷ୍ୟତରେ ଏପରି ପରିସ୍ଥିତି ସୃଷ୍ଟି ନହେବାକୁ ତାଗିଦ ମଧ୍ୟ କରିଥିଲେ ଯାହାକି ବିଭାଗୀୟ ପ୍ରକ୍ରିୟାର ଅଂଶ ହେଲେ ମଧ୍ୟ ସେ ଚିଠି ନମ୍ବର ଅଉ ତାରିଖକୁ ନେଇ କିଛି ତଥ୍ୟ ଗଣମାଧ୍ୟମରେ ଘୁରିବୁଲିବା ବିଭାଗୀୟ ବିଶୃଙ୍ଖଳାର ଚରମ ପରିଚୟ ଦେଲା । ଗଣମାଧ୍ୟମରେ ନିଜ ନାମ ଗୋପନ ରଖି ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ଆଉ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦେଶ କରି ଜିଲ୍ଲା ପ୍ରଶାସନର ସ୍ୱଛତାକୁ ଅଭିଯୋଗ କରିଥିବା କୌଣସି କର୍ମଋରୀଙ୍କ ବଦଳି ହୋଇନାହିଁ ବା ହେଉନାହିଁ ବରଂ ମିଶନ ନିର୍ଦ୍ଦେଶିକାଙ୍କ ୨୦୧୯ ମସିହା ନିର୍ଦ୍ଦେଶ ନାମା କାର୍ଯ୍ୟକାରୀ ହେଉଥିବାରୁ ଗାଦି ଚାଲିଯିବା ଭୟରେ ଗଣମାଧ୍ୟମକୁ ମଧ୍ୟ ବିଭ୍ରାନ୍ତକାରୀ ଖବର ଦେବାକୁ ପଛାଉନାହାନ୍ତି କେତେଜଣ କର୍ମଗରୀ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜନୈକ ମହିଳା କର୍ମଚାରୀ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇଛନ୍ତି, ଯାହା ରାଜ୍ୟ ସ୍ୱାସ୍ଥ୍ୟ ମିଶନଙ୍କ ନିର୍ଦ୍ଦେଶରେ ହୋଇଛି । ବୋଧହୁଏ ରାଜ୍ୟସ୍ତରରୁ ଏଇଟା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥାଇପାରେ ବା ଅନ୍ୟ କିଛି । ଅନ୍ୟାନ୍ୟ କିଛି ଜିଲ୍ଲାରେ ମିଶନ ନିର୍ଦେଶିକାଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବଦଳି ନୀତି କାର୍ଯ୍ୟକାରୀ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଯାହାକି ରାଜଧାନୀଠାରୁ ଅନତି ଦୂରରେ ସେଠି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବିଭାଗୀୟ ମୁଖ୍ୟ ଆଉ ଜିଲ୍ଲା ପ୍ରଶାସନକୁ ଗଣମାଧ୍ୟମରେ ଗଲେଞ୍ଜ ଦେବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଗଣମାଧ୍ୟମରେ ଯାଇ ତେରଛା ବାଣ ମାରି ବଦଳି ବନ୍ଦ କରିବା ସହିତ ସ୍ଵେଚ୍ଛାଚାରିତା ଚଳାଇବା ଲାଗି ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି ।