କଟକ ର ସନ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: ୦୧/୦୨ : କଟକ ତୁଳସୀପୁର ଅଞ୍ଚଳର କନିକା ଛକ ନିକଟରେ ଥିବା ଏକ ସନ ନାମକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ହସପିଟାଲର ଉପର ମହଲାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗର ୬ଟି ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ। ପାଖାପାଖି ଅପରାହ୍ନ ୧୨ ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ହସ୍ପିଟାଲରେ ଥିବା ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ସେହି ହସ୍ପିଟାଲରେ କେତେ ରୋଗୀ ଚିକିତ୍ସା ହେଉଥିଲେ ଏବଂ କେତେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।