କ୍ରୋମା ପକ୍ଷରୁ ଉତ୍ସବ ଋତୁ ଅଭିଯାନ “କ୍ରୋମା ସ୍ୱାଗତ’ର ଶୁଭାରମ୍ଭ

• “କ୍ରୋମା ଆସିଛି’ ଡିଜିଟାଲ ସିନେମା ଉନ୍ମୋଚିତ
• ଆବୁଧାବି, ୟାସ୍ ଦ୍ୱୀପ ଭଳି ଆନ୍ତର୍ଜାତିକ ସ୍ଥାନକୁ ଛୁଟି କଟାଇବା ପୁରସ୍କାର ଜିତିବା ସୁଯୋଗ


ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓ ପବିତ୍ର ଦୁର୍ଗାପୂଜା ପରିପ୍ରେକ୍ଷୀରେ ଟଟା ଗ୍ରୁପ୍‌ର ଓମ୍‌ନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର କ୍ରୋମା ପକ୍ଷରୁ ଏକ ଡିଜିଟାଲ୍ ସିନେମା ଓ ଆକର୍ଷଣୀୟ ଅଫର୍ ସହ ଉତ୍ସବ ସେଲ୍‌କୁ ଉନ୍ମୋଚନ କରି ଦୁର୍ଗାପୂଜା ଉତ୍ସବ ପାଳନର ଶୁଭାରମ୍ଭ କରାଯାଇଛି । ଲୋକମାନେ ପୂଜାକୁ ନେଇ ପ୍ରସ୍ତୁତ ହେଉଥିବା ବେଳେ ଲୋଭନୀୟ ଅଫର୍ ଜରିଆରେ ସେହି ଉତ୍ସାହ ସହ ଯୋଡ଼ି ହେବା ଲାଗି କ୍ରୋମା ପ୍ରସ୍ତୁତ ହୋଇଛି ଯାହା ଗ୍ରାହକମାନଙ୍କୁ ଦୈନିକ ବମ୍ପର ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରିବ । କୋଲକାତା, ଆସାନସୋଲ୍‌, ଭୁବନେଶ୍ୱର, ଧାନବାଦ୍ ଓ ଜାମସେଦ୍‌ପୁରରେ ଥିବା କ୍ରୋମାର ସମସ୍ତ ଷ୍ଟୋର ଏବଂ କ୍ରୋମା ଡଟ୍ କମ୍‌ରେ ଏହି ଅଫର୍ ଗୁଡ଼ିକ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ।


ଉତ୍ସବ ଉତ୍ସାହ ଓ ଭାବାବେଗକୁ ଆହୁରି ବଢ଼ାଇବା ଲାଗି କ୍ରୋମା ପକ୍ଷରୁ “କ୍ରୋମା ଆସିଛି’ ନାମକ ଏକ ଡିଜିଟାଲ୍ ସିନେମା ପ୍ରସ୍ତୁତ କରାଯାଇଛି ଯାହା ସହିତ ପରିବାରର ସମସ୍ତେ ଯୋଡ଼ି ହୋଇପାରିବେ । କ୍ରୋମା ତରଫରୁ ପରିକଳ୍ପନା ଓ ପ୍ରସ୍ତୁତ କରାଯାଇଥିବା ଏହି ସିନେମାରେ ଏକ ପରିବାରର କାହାଣୀ ପ୍ରଦର୍ଶନ କରାଯାଇଛି ଯେଉଁମାନେ ପୂଜା ପେଣ୍ଡାଲକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିରେ ଜେଜେ ମା’ଙ୍କଠାରୁ ଆରମ୍ଭ କରି ନାତିନାତୁଣିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଗାଡ୍‌ଜେଟ୍‌କୁ ପ୍ରଦର୍ଶନ କରାଯାଇଛି । ସ୍ୱାସ୍ଥ୍ୟବସ୍ଥା କାରଣରୁ ଜେଜେ ମା’ ପୂଜା ପେଣ୍ଡାଲକୁ ଯାଇପାରୁନଥିବା ବେଳେ ଅନ୍ୟମାନେ ତାଙ୍କୁ ବିଦାୟ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଲାଲ ଟି-ସାର୍ଟ ପିନ୍ଧିଥିବା କିଛି ଲୋକ ଏକ ଟିଭି ନେଇ ଆସୁଛନ୍ତି ଯେଉଁଥିରେ ଜେଜେମା’ ଜଣକ ପୂଜା ଉତ୍ସବକୁ ଉପଭୋଗ କରୁଛନ୍ତି ।


ଚିନ୍ତାମୁକ୍ତ ବିକ୍ରି ପରବର୍ତୀ ଅନୁଭୂତି ଓ ଜୀବନବ୍ୟାପୀ ସେବା ପ୍ରତିଶ୍ରୁତି ସହ ନିଜର ଆବଶ୍ୟକତା ଓ ଅଭିଳାଷ ଅନୁସାରେ ସଠିକ୍ ଉତ୍ପାଦ ଚୟନ କରିବା ଲାଗି ଗ୍ରାହକମାନଙ୍କୁ ସହାୟକ ହେବା କାହାଣୀକୁ ଏହି ସିନେମାରେ ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରାଯାଇଛି ।
ଏକ ଲକି ଡ୍ର’ ପ୍ରତିଯୋଗିତା ମଧ୍ୟ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ଆବୁଧାବିର ୟାସ୍ ଦ୍ୱୀପ କୁ ଏକ ଆନ୍ତର୍ଜାତିକ ଛୁଟି କଟାଇବା କିମ୍ବା କୋଲକାତାରେ ଚାରି ଦିନ ରହଣୀ ସୁଯୋଗ ଜିତିପାରିବେ । ଅନ୍ୟାନ୍ୟ ଭାଗ୍ୟଶାଳୀ ବିଜେତାମାନେ ୧୦ ହଜାର ଟଙ୍କାର ଗିଫ୍ଟ ଭାଉଚର ଓ ଆକର୍ଷଣୀୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଜିତିପାରିବେ । ଉତ୍ସବ ସମୟରେ ପ୍ରତିଦିନ ବିଜେତାମାନଙ୍କ ନାମ ଘୋଷଣା କରାଯିବ ।
କ୍ରୋମା-ଇନଫିନିଟି ରିଟେଲ୍ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଶ୍ରୀଯୁକ୍ତ ଅଭିଜିତ୍ ମିତ୍ର କହିଛନ୍ତି ଯେ, “କ୍ରୋମାରେ ଆମେ ଆଗାମୀ ଦୁର୍ଗାପୂଜା ଉତ୍ସବକୁ ନେଇ ବେଶ୍ ଆଶାବାଦୀ ରହିଛୁ ଏବଂ ସ୍ୱାଧୀନତା ଦିବସ ଓ ଓନାମ ସମୟରେ ଆମେ ଯେଉଁ ସଫଳତା ଉପଭୋଗ କରିଥିଲୁ ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହ ସେହି ସଫଳତା ଦୋହରାଇବାକୁ ଆଶା ରଖିଛୁ । ସାରା ଦେଶରେ ଥିବା ଆମ ଷ୍ଟୋର୍‌ଗୁଡ଼ିକରେ ଗ୍ରାହକମାନେ ଉତମ ଗ୍ୟାଡ୍‌ଜେଟ୍ ନେଇ ଅପ୍‌ଗ୍ରେଡ୍ ହେଉଛନ୍ତି । ଆମେ ସ୍ୱତନ୍ତ୍ର ଅଫର୍ ଏବଂ ଆକର୍ଷଣୀୟ ଗ୍ୟାଡ୍‌ଜେଟ୍ ପ୍ରସ୍ତୁତ କରିଛୁ ଏବଂ ଦୁର୍ଗାପୂଜା ସେଲ୍‌ରେ ଗ୍ରାହକ ଙ୍କୁ ଉଲ୍ଲାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବାକୁ ଚାହୁଛୁ ।’’


କ୍ରୋମାର ଦୁର୍ଗାପୂଜା ଅଫର୍‌ରେ ଗ୍ରାହକମାନେ ହେଡ୍‌ଫୋନ୍ ଓ ଇୟରଫୋନ୍ ଉପରେ ୧୦% ପର୍ଯ୍ୟନ୍ତ ରିହାତି, ଇଏମ୍‌ଆଇ ଅଫର୍ ସହିତ ୩୩,୯୯୦ ଟଙ୍କାରେ କ୍ରୋମାର ୫୫ ଇଂଚ ଏଲ୍‌ଇଡି ଟିଭି, ୧୨,୯୯୦ ଟଙ୍କାରେ ଫୁଲି ଅଟୋମେଟିକ୍ ୱାସିଂ ମେସିନ, ୧୯,୯୯୦ ଟଙ୍କାରେ ଫ୍ରୋଷ୍ଟ ଫ୍ରି ରେଫ୍ରିଜରେଟର କିଣିପାରିବେ ଏବଂ ଲାପଟପ୍ ଗ୍ରାହକମାନେ ୧୫,୭୮୦ ଟଙ୍କା ମୂଲ୍ୟର ଉପହାର ଜିତିବା ସୁଯୋଗ ପାଇବେ । ଏକ ବର୍ଷିଆ ସ୍କ୍ରିନ୍ ପ୍ରୋଟେକ୍ସନ ପ୍ୟାକ୍‌ରେ ଗ୍ରାହକମାନେ ୧୦% ସଂଚୟ କରିପାରିବେ । ୩୯,୯୯୦ ଟଙ୍କାରେ ଆଇଫୋନ୍ ୧୧ କିଣିହେବ ।

Leave a Reply

Your email address will not be published. Required fields are marked *