ରାଜ୍ୟପାଳ ଙ୍କ ସହିତ ଏସବିଆଇ ପରିଚାଳନା ନିର୍ଦେଶକ ଙ୍କ ସୌଜନ୍ଯ ମୂଳକ ସାକ୍ଷାତ

ଭାରତୀୟ ଷ୍ଟେଟ ବ୍ଯାଙ୍କ ର ପରିଚାଳନା ନିର୍ଦେଶକ ଶ୍ରୀ ଅଶ୍ଵିନୀ କୁମାର ତିଵାରୀ ଓ ଭୁବନେଶ୍ବର ମଣ୍ଡଳ ର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଆଜି ମଧ୍ୟାନ୍ନ ରେ ରାଜ ଭବନ କୁ ଯାଇ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଙ୍କୁ ସୌଜନ୍ଯ ମୂଳକ ସାକ୍ଷାତ କରିଥିଲେ | ଏହି ଅବସରରେ ଶ୍ରୀ ତିଵାରୀ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସମସ୍ତ ଲୋକାଭିମୁଖୀ କାର୍ଯକ୍ରମ କୁ ବ୍ଯାଙ୍କ ମାଧ୍ୟମ ରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ର ଦୃଢ ପ୍ରତିଶୃତି ଦେଇଛନ୍ତି | ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଶର୍ମା ମଧ୍ୟ ଓଡିଶା ରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଲୋକଙ୍କର ପ୍ରଥମ ପସନ୍ଦ ବ୍ଯାଙ୍କ ର ମାନ୍ୟତା ବଜାୟ ରଖିବା ସହିତ ଆଗାମୀ ଦିନରେ ଉନ୍ନତ ବ୍ଯାଙ୍କିଂ ସେବା ଯୋଗେଇବା ଓ ଗ୍ରାହକ ସମ୍ପର୍କ ବଢାଇବା ପାଇଁ ପ୍ରତିଶୃତି ଦେଇଛନ୍ତି |
ଗତକାଲି ଠାରୁ ଭାରତୀୟ ଷ୍ଟେଟ ବ୍ଯାଙ୍କ ଆନୁକୁଲ୍ୟ ରେ ଚାଲିଥିବା ଅନୁପାଳନ କନକ୍ଳେଭ “ ଅନୁବର୍ତନ ୨.୦ “ ଯୋଗ ଦେବାପାଇଁ ପରିଚାଳନା ନିର୍ଦେଶକ ରାଜଧାନୀ ରେ ଅଛନ୍ତି | ଏହି କନକ୍ଳେଭ ରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ର ସମସ୍ତ ମଣ୍ଡଳ ର ଅନୁପାଳନ ମୁଖ୍ୟ ଓ କର୍ପୋରେଟ କେନ୍ଦ୍ର ର ଅନୁପାଳନ ଦାଇତ୍ଵ ରେ ଥିବା ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ | ପରିଚାଳନା ନିର୍ଦେଶକ ଶ୍ରୀ ତିଵାରୀ, ଉପ ପରିଚାଳନା ନିର୍ଦେଶକ ଓ ସମୂହ ଅନୁପାଳନ ଅଧିକାରୀ ଶ୍ରୀମତୀ ରୁମା ଦେ ଏବଂ ମୁଖ୍ୟ ମହା ପ୍ରବନ୍ଧକ ଅଂଶଗ୍ରହନକାରୀ ମାନଙ୍କ ସହିତ ଅନୁପାଳନ ସମ୍ବନ୍ଧରେ ଦୀକ୍ଷାନ୍ତ ଆଲୋଚନା ଓ ନିର୍ଦେଶାବଳି ପ୍ରଦାନ କରିଥିଲେ l ଏହା ପୂର୍ବରୁ ଭୁବନେଶ୍ବର ମଣ୍ଡଳ ର ମୁଖ୍ୟ ଶ୍ରୀ ଶର୍ମା ସମସ୍ତ ଅଂଶଗ୍ରହନକାରୀ ମାନଙ୍କୁ ସ୍ଵାଗତ କରିବା ସହିତ ପ୍ରାରମ୍ଭିକ ଭାଷଣ ଦେଇ ଥିଲେ |
ଏହି ସଭା ରେ ଭାରତୀୟ ରିଜର୍ଭ ବ୍ଯାଙ୍କ ର ପରିଚାଳନା ବିଭାଗ ର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଭାର୍ଗେଶ୍ଵର ବାନାର୍ଜୀ ଯୋଗ ଦେଇ ନିୟାମକ ଅନୁପାଳନ ଓ ବ୍ଯାଙ୍କ ରେ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ | ଉପ ମହା ପ୍ରବନ୍ଧକ ଶ୍ରୀମତୀ ମଞ୍ଜୁଶ୍ରୀ ରାଉତରାୟ ଓ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂହ ଓ ତାଙ୍କ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ସଭା ଟି ସୂଚାରୁ ରୂପେ ପରିଚାଳିତ ହୋଇଥିଲା |