ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରୁ ୬୪ ଲିଟର ଦେଶୀ ମଦ ଜବତ : ୫ ଗିରଫ

ଖୋର୍ଦ୍ଧା : ୨୭/୦୨/୨୦୨୧ : ବେଗୁନିଆ ଅଞ୍ଚଳରୁ ବେଆଇନ ଦେଶୀ ମଦ ଜବତ । ବେଗୁନିଆ ବାଘମାରୀ ସମେତ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ ଫଳରେ  ଚଉଷଠି ଲିଟର ଦେଶୀ ମଦ ଓ ପୋଚ ଜବତ କରିବା ସହିତ ମଦ ବେପାରରେ ସମ୍ପୃକ୍ତ ପାଞ୍ଚ ଜଣଙ୍କୁ ଗିରଫ କରିଛି।

ଅ।ଜି ଭୋର ସମୟରେ ବିଶେଷ ସୁତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଖୋର୍ଦ୍ଧା ଓ ବେଗୁନିଆ ପୋଲିସ ସହାୟତାରେ ବେଗୁନିଆ ଥାନା ଓ ବାଘମାରୀ ଥାନା ଅଧିନରେ ବିଭିନ୍ନ ସ୍ଥାନରେ ଚାଲିଥିବା ବେଅ।ଇନ ଦେଶୀ ମଦ କାରବାର ଉପରେ ଚଢ଼ାଉ କରିଥିଲା । ସେଠାରୁ  ପୃଥକ ଭାବେ ସର୍ବମୋଟ ଚଉଷଠି ଲିଟର ଦେଶୀ ମଦ ଜବତ କରିବା ସହିତ ଏହି ଘଟଣାରେ ପାଞ୍ଚ ଜଣକୁ ଗିରଫ କରିଛି ।  ଗିରଫ ବ୍ୟକ୍ତି ମାନେ ବେଗୁନିଆର ପଚାଶ ବର୍ଷୀୟ ସୌଭାଗ୍ୟ ରଞ୍ଜନ ନାୟକ, ତେପନ ବର୍ଷୀୟ ନୃସିଂହ ଚରଣ ସାହୁ, ବାଘମାରି ର ଷାଠିଏ ବର୍ଷୀୟ ନରସିଂହ ମଲ୍ଲିକ ଓ ପୁବୁସାହି ର ଷାଠିଏ ବର୍ଷୀୟ ସତ୍ୟ ନାରାୟଣ ମହାପାତ୍ର ଓ ବତିଶି ବର୍ଷୀୟ ବିଜୟ ବେହେରା ବୋଲି ଜଣାପଡିଛି ।

ଆଗାମୀ ଦିନରେ ଏହିଭଳି ଚଢ଼ାଉ ଜାରି ରହିବା ସହିତ ଖୋର୍ଦ୍ଧା ଅଞ୍ଚଳରୁ ଅପରାଧିକ କାର୍ଯ୍ୟକଳାପକୁ କମ କରିବାକୁ ପ୍ରୟାସ ଜାରି ରଖିବେ ବୋଲି ଅବକାରୀ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *