ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ମିଳିତ ମୋର୍ଚ୍ଚା ବୈଠକ ଅନୁଷ୍ଠିତ

ବଡ଼ବିଲ:କେନ୍ଦୁଝର ଜିଲ୍ଲା ବଡ଼ବିଲ ସୁନ୍ଦରା ବସ୍ତି ସ୍ଥିତ ମା ତାରିଣୀ ଗୋଶାଳା ରେ ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ମିଳିତ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଜେପିର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ସମସ୍ତ ୯ ଗୋଟି ମଣ୍ଡଳ ର ମୋର୍ଚ୍ଚା ପଦାଧିକାରୀ ମାନେ ଯୋଗ ଦେଇଥିଲେ।ବିଜେପିର ସମସ୍ତ ୭ ଗୋଟି ମୋର୍ଚ୍ଚା ର ପ୍ରାୟ ୮ଶହ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଏହି ବୈଠକରେ ଯୋଗ ଦେଇଥିଲେ।

କେନ୍ଦ୍ର ରେ ମୋଦୀ ସରକାର ଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଡକ୍ଟର ମୂରଲୀ ମନୋହର ଶର୍ମା, ରାଜ୍ୟ ମହିଳା ମୋର୍ଚ୍ଚା ର ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ, ରାଜ୍ୟ ପଛୁଆ ବର୍ଗ ଉପ ସଭାପତି ଅଗଣୁ ମହାନ୍ତ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞ୍ଜନ ବାରିକ, ରାଜ୍ୟ ଯୁବ ମୋର୍ଚା ର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ପ୍ରକାଶ ମଲ୍ଲିକ, ଜିଲା ପଛୁଆ ବର୍ଗ ଉପ ସଭାପତି ଚନ୍ଦ୍ରଗୁପ୍ତ ପ୍ରସାଦ, ଜିଲା ପଛୁଆ ବର୍ଗ ସାଧାରଣ ସମ୍ପାଦକ ଚର୍ଚିଲ ମହାକୁଡ଼, ଜିଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର ଓ ଜିଲ୍ଲା ହରିଜନ ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ୟାସୀ ମାଝୀ ଓ ବଡ଼ବିଲ ର ପୂର୍ବତନ ନଗରପାଳ ଦିଲୀପ ମିଶ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ପ୍ରମୁଖ ମୋଦୀ ସରକାର ଙ୍କ ୯ ବର୍ଷର ଉପଲବ୍ଧି ବିଷୟରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ଆଗାମୀ ନିର୍ବାଚନ ରେ ଚମ୍ପୁଆ ର ଲୋକପ୍ରିୟ ନେତା ଡକ୍ଟର ମୁରଲୀ ଶର୍ମା ଙ୍କୁ କିଭଳି ଜିତାଇ ହେବ ସେ ନେଇ ଉପସ୍ଥିତ କର୍ମୀ ଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।ଯୁବ ମୋର୍ଚ୍ଚା ପକ୍ଷରୁ ଆଗାମୀ ଦୁଇ ମାସ ମଧ୍ୟରେ ୫ହଜାର ଯୁବକ ଙ୍କୁ ମୋର୍ଚ୍ଚା ରେ ସାମିଲ କରିବାକୁ ଯୁବ ନେତା ପ୍ରକାଶ ମଲ୍ଲିକ ଶପଥ ନେଇଥିଲେ।

ଡକ୍ଟର ମୁରଲୀ ମନୋହର ଶର୍ମା ଉପସ୍ଥିତ ସମସ୍ତ ଅତିଥି ତଥା ସମସ୍ତ ମଣ୍ଡଳ ର କର୍ମକର୍ତ୍ତା ମାନଙ୍କୁ ତାଙ୍କ ଚିରାଚରିତ ଢଙ୍ଗ ରେ ଉତ୍ସାହିତ କରିଥିଲେ।ବିଜେପି ର ସାଙ୍ଗଠନିକ ସ୍ଥିତି ରେ ଏବେ ଢେର ଉନ୍ନତି ହେଉଥିବା ବେଳେ ଯଦି ଏହି ଗତି ଜାରି ରୁହେ ତେବେ ଏଥର ବିଜେପି କୁ ନିର୍ବାଚନ ବୈତରଣୀ ପାର ହେବାକୁ କେହି ଅଟକେଇ ପାରିବେନି ବୋଲି ଅନ୍ୟ ମାନେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *