ବ୍ରାଉନସୁଗାର ବ୍ୟବସାୟ କରୁଥିବା ଅଭିଯୋଗ ରେ ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରୁ ଜଣକୁ ଗିରଫ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ

ଖୋର୍ଦ୍ଧା : ୨୧/୦୭(ପ୍ରବାହ ନିଉଜ୍) ପୋଲିସ ଓ ଏସ.ଟି. ଏଫ ର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଧଳାଜହର କାରବାର ଥମିବାର ନାଁ ନେଉନାହିଁ।
ଖୋର୍ଦ୍ଧା ଜିଲ୍ଲା ଏବେ ଧଳାଜହର ର ପ୍ରମୁଖ ପେଣ୍ଠସ୍ଥଳ ପାଲଟିଛି। ଆଇନର ଗଳା ବାଟର ସୁଯୋଗ ନେଇ
ବ୍ରାଉନସୁଗାର କାରବାରରେ ଲିପ୍ତ ଯୁବଗୋଷ୍ଟି ଏବେ ନିର୍ଦ୍ୱନ୍ଦରେ ଏହି ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି।

ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ସାମନ୍ତରାପୁର ଠେଙ୍ଗାହାଟ ଛକ ନିକଟରୁ ୧୫ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ସହିତ ଜଣକୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ଦେଢ଼ ଲକ୍ଷ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଅବକାରୀ ବିଭାଗର ଟିମର ସ୍କାନର ରେ ଥିବା ସାମନ୍ତରାପୁର ଅଞ୍ଚଳର ଶିବସୁନ୍ଦର ବେହେରା ଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅଭିଯୁକ୍ତ ଶିବସୁନ୍ଦର ଦୀର୍ଘଦିନ ଧରି ଏହି ବ୍ୟବସାୟରେ ଲିପ୍ତ ଥିବା ବେଳେ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରୁଥିବା ହେତୁ ପୋଲିସ ହାତରେ ଧରା ପଡୁନଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ଶିବସୁନ୍ଦର ଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଅବକାରୀ ଥାନାରେ ଏନ.ଡ଼ି.ପି.ଏସ. ଆକ୍ଟରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଖୋର୍ଦ୍ଧା ଅବକାରୀ ଅଧିକାରୀ ଭୈରବ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *