ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣ ଏବଂ ସମ୍ବିଧାନର ସୁରକ୍ଷା ଦିଗରେ ଭଦ୍ରକ ଜିଲ୍ଲା ଦଳିତ ମହାସଙ୍ଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଙ୍ଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସର ମଧ୍ୟରେ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣ ଏବଂ ସମ୍ବିଧାନର ସୁରକ୍ଷା ଦିଗରେ ଆମ୍ଭ ମାନଙ୍କର ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ll ଭଦ୍ରକ ଜିଲ୍ଲା ଦଳିତ ମହାସଂଘର ସଭାପତି ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଅମର ବାରିକ ସଭାପତିତ୍ୱକରିଥିବା ବେଳେ ମୁଖ୍ୟଅତି ଶିକ୍ଷାବିତ କମଳା କାନ୍ତ ସ୍ୱାଇଁ ମୁଖ୍ୟବକ୍ତା ଆଇନଜୀବୀ ଗିରିଧାରୀ ନାଥ ସମ୍ମାନୀତ ଅତିଥି ଭାବେ ଭଦ୍ରକ ଓକିଲ ସଂଘର ସାଧାରଣ ସମ୍ପାଦକ ଦିବ୍ୟସିଂ ନାୟକ , ସମାଜସେବୀ ଜମ୍ବୁବତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ l
ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଏବଂ ଆମ୍ବେଦକର ପ୍ରେମୀ ମାନେ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ll ପରେ ଅତିଥି ମାନ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସମଗ୍ର ଭାରତ ବର୍ଷ ପାଇଁ ବାବା ସାହେବ ଆମ୍ବେଦକର ଅମୂଲ୍ୟ ରତ୍ନ ବୋଲି କହିଥିଲେ ll ଭାରତ ବର୍ଷର ସମ୍ବିଧାନ ଯେ ପର୍ଯ୍ୟନ୍ତ ସୁରକ୍ଷିତ ଥିବ ସେ ପର୍ଯ୍ୟନ୍ତ ଭାରତ ବର୍ଷର ଜନସାଧାରଣ ସୁରକ୍ଷିତ ଥିବେ ll ସମ୍ବିଧାନର ସୁରକ୍ଷା ଦିଗରେ ସମସ୍ତ ଜନସାଧାରଣ ଆଗେଇ ଆସିବା ଜରୁରୀ ବୋଲି ମୁଖ୍ୟ ଅତିଥି, ମୁଖ୍ୟବକ୍ତା,ସମ୍ମାନୀତଅତିଥି ମାନେ ବକ୍ତବ୍ୟ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଶରତ ଚନ୍ଦ୍ର ମହାକୁଡୁ, ନାରୀନେତ୍ରୀ ସୁରାଜିତା ନାୟକ,ଆଇନଜୀବୀ ବିଚିତ୍ରା ନନ୍ଦ ଜେନା,ଶିକ୍ଷାବିତ ଅରୁଣ ରାଉତ ,ପ୍ରମୁଖ ବାବା ସାହେବ ଆମ୍ବେଦକରଙ୍କ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ll ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ବ୍ଲକ ଦଳିତ ସଂଘର ସାଧାରଣ ସମ୍ପାଦକ ଉମାକାନ୍ତ ଜେନାଙ୍କୁ “ଦଳିତ ସମାଜର ଦରଦୀ ବନ୍ଧୁ”ସମ୍ମାନରେ ସମ୍ମାନୀତ କରାଯାଇଥିଲା ll ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ ପ୍ରଧାନ, ଆଇନଜୀବୀ ଉଜ୍ଜ୍ୱଳ ଜେନା, ମାଧବ କାହାଳିଆ, ରମେଶ ଜେନା, ରବୀନ୍ଦ୍ର ଜେନାଙ୍କ ସମେତ ଜିଲ୍ଲା ଦଳିତ ମହାସଂଘର ଶତାଧିକ କର୍ମକର୍ତା ମାନେ ଯୋଗ ଦେଇଥିଲେ ll