ଅଭିଯୋଗ ପରେ ପରିବହନ ବିଭାଗ ତତ୍ପର, ପାଞ୍ଚଟି ବସ ରୁ କଟିଲା ଚାଲାଣ


ବଡ଼ବିଲ,(ନିପ୍ର)ତା ୨୮.୧୨,ଘରୋଇ ବସ ମାଲିକ ମାନଙ୍କ ମାନମାନୀ ଯୋଗୁଁ ଯାତ୍ରୀମାନେ ଭୋଗୁଥିବା ଅସୁବିଧା ନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ପରିପେକ୍ଷି ରେ ଗତକାଲି ରାତ୍ରରେ ବଡ଼ବିଲ ପରିବହନ ବିଭାଗ ତରଫରୁ ଚଢ଼ାଉ କରାଯାଇ ୫ଗୋଟି ବସ ରୁ ଟ ୫୦୦୦୦ଙ୍କା ର ଚାଲାଣ କଟାଯାଇଥିଲା।ସୂଚନା ଅନୁଯାୟୀ ଘରୋଇ ବସ ଗୁଡିକ ପରମିଟ ନିୟମ କୁ ଉଲଂଘନ କରି ଯାତ୍ରୀ ପରିବହନ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା,ବସ ଗୁଡିକ ପରମିଟରେ ଦିଆଯାଇଥିବା ସମୟ ଏବଂ ରହଣି ସ୍ଥାନ କୁ ଉଲଂଘନ କରି ପରିବହନ କରିବା ଦ୍ୱାରା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ପରିବହନ ବିଭାଗର ଏପରି ଚଢ଼ାଉ କୁ ସ୍ୱାଗତ କରିବା ସହିତ ଆଗକୁ ଏପରି ଚଢାଉ କୁ ଜାରି ରଖିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *