ଭ୍ରାମ୍ୟମାଣ ଏଟିଏମ୍ ସେବାକୁ ଗୁରୁତ୍ୱ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଜନସାଧାରଣଙ୍କୁ ଅ ।ଧାର ପ୍ରମାଣଭିତ୍ତିକ ଭ୍ରାମ୍ୟମାଣ ଏଟିଏମ୍ ସେବା ଉପଲବ୍ଧ ଦିଗରେ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡ଼ିକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ବାସ୍ତବତାକୁ ଦୃଷ୍ଟିରେ ରଖି କୃଷି ଏବଂ ଅ ।ନୁଷଙ୍ଗିକ କ୍ଷେତ୍ରକୁୁ ବ୍ୟାଙ୍କମାନେ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପୂଜାରୀ କହିଛନ୍ତି ଯେ କେନ୍ଦ୍ର ସରକାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବା ପାଇଁ ସ୍୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସ୍ୱ୍ୱୟଂ ସହାୟକ ଗୋଷ୍ଠୀମାନେ ଅ ।ର୍ଥିକ ସହାୟତା ପାଇବା ଜରୁରୀ ଥିବାବେଳେ ବ୍ୟାଙ୍କମାନେ ହିତାଧିକାରୀଙ୍କ ଅ ।ଶା ଅ ।କାଂକ୍ଷା ପୂରଣ ପାଇଁ ଅ ।ଗଧାଡ଼ିର ଭୂମିକା ନେବାର ସମୟ ଅ ।ସିଛି । ବର୍ତ୍ତମାନ ଭାରତୀୟ ଡାକସେବା ବ୍ୟାଙ୍କ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ନଗଦ ଅର୍ଥ ଦେବା କାର୍ଯ୍ୟ ସକ୍ରିୟ ଭାବେ ତୁଲାଉଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ ଯେ ଓଡ଼ିଶାରେ ବ୍ୟାଙ୍କିଂ ସେକଫରରେ ବ୍ରାଞ୍ଚ ସଂଖ୍ୟା ବହୁ କମ ରହିଛି । ତେଣୁ ଚଳିତ ଅ ।ର୍ଥିକ ବର୍ଷରେ ବ୍ୟାଙ୍କ ନଥିବା ପଞ୍ଚାୟତଗୁଡ଼ିକରେ ନୂଅ । ବ୍ରାଞ୍ଚ ଖୋଲିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ ଛ ମୁଖ୍ୟ ଶାସନ ସଚିବ ଅ ।ହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ଏକ ଉତ୍ତମ ପ୍ରଶାସିତ ରାଜ୍ୟ । ରାଜ୍ୟରେ ଉଦ୍ୟୋଗ ସୃଷ୍ଟିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ମତ୍ସ୍ୟଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମାନ୍ୟୁଫ୍ୟାକଚରିଂ ଅ ।ଦି କ୍ଷେତ୍ରରେ ଅଧିକରୁ ଅଧିକ ଋଣ ଯୋଗାଣ କରିବାକୁ ଶ୍ରୀ ତ୍ରିପାଠୀ ବ୍ୟାଙ୍କମାନଙ୍କୁ କହିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ଓଡ଼ିଶାରେ କୃଷି, ପଶୁପାଳନ, ଉଦ୍ୟାନକୃଷି, ମତ୍ସ୍ୟଚାଷ, କୁକୁଡ଼ାଚାଷ ଅ ।ଦି କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି ଏବଂ ବ୍ୟାଙ୍କମାନେ ଏସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦେଲେ ମହାମାରୀ ଯୋଗୁଁ ଉପୁଜୁଥିବା ଅ ।ର୍ଥିକ ସ୍ଥିତିର ପୁନରୁଦ୍ଧାର ହୋଇପାରିବ ।
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଥିଲେ ଯେ କୋଭଡ୍-୧୯ ମହାମାରୀ ଅ ।ରମ୍ଭରୁ ଅର୍ଥ ବିଭାଗ ସୁଚାରୁ ରୂପେ ବ୍ୟାଙ୍କିଂ କାର୍ଯ୍ୟ ଚାଲିବା ପାଇଁ ସମସ୍ତ ବ୍ୟାଙ୍କ୍ୟପୋଷ୍ଟ ଅଫିସ୍୍ୟଏସ୍ଏଲ୍ୱିସ୍ୟିଅ ।ର୍ବିଅ ।ଇକୁ ବିଭିନ୍ନ ସମୟରେ ମାର୍ଗଦର୍ଶିକା ତଥା ନୀତିନିୟମ ଜାରି କରିଅ ।ସିଛି ଛ ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ଋଣ ଯୋଗାଣ ଧାର୍ଯ୍ୟ ହୋଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୫ ହଜାର କୋଟି ଟଙ୍କା ଅଧିକ ।
ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ଚଳିତ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ବାର୍ଷିକ ଧାର୍ଯ୍ୟ ଋଣ ଯୋଜନା କ୍ଷେତ୍ରରେ ପ୍ରାୟ ୯୫.୩୭ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି ଛ କୃଷି ଏବଂ ଅନ୍ୟାନ୍ୟ ମତ୍ସ୍ୟଚାଷ, ଦୁଗ୍ଧ ଉତ୍ପାଦନ କ୍ଷେତ୍ରଗୁଡ଼ିକୁ ବ୍ୟାଙ୍କମାନେ ଅଧିକ ଦୃଷ୍ଟି ଦେବାର ଅ ।ବଶ୍ୟକତା ରହିଛି ଛ ପ୍ରତି ବ୍ୟାଙ୍କ ତିନୋଟି ଲେଖାଏଁ ଭ୍ରାମ୍ୟମାଣ ଏଟିଏମ୍ ରଖିବେ, ଯାହାକି ସମସ୍ତ ସାଧାରଣ ଓ ଅସାଧାରଣ ପରିସ୍ଥିତିରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବେ ।
ସିଧାସଳଖ ହିତାଧିକାରୀଙ୍କ ଅ ।କାଉଣ୍ଟକୁ ଅର୍ଥପ୍ରଦାନ ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳରେ ଜନସାଧାରଣ ଓ ସରକାରଙ୍କ ଯୋଜନାର ସୁଫଳ ପାଇପାରୁଛନ୍ତି ଛ ସ୍୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅତିକମ୍ରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ ତଥା ଯେଉଁମାନେ ଋଣ ପାଇଁ ଅ ।ବେଦନ କରିଛନ୍ତି ତାଙ୍କୁ ଶୀଘ୍ର ଋଣ ପ୍ରଦାନ ପାଇଁ ପ୍ରମୁଖ ଶାସନ ସଚିବ କହିଛନ୍ତି ଛ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ନୂଅ । ଅ ।କାଉଣ୍ଟ ଖୋଲିବା ପାଇଁ ସେ କହିଥିଲେ ଛ ଲକ୍ ଡାଉନ୍ ଅବଧିରେ ବ୍ୟାଙ୍କମାନେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।
ଅ ।ଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଅ ।ର୍. ରେଘୁ, ଅର୍ଥ ବିଭାଗର ସତନ୍ତ୍ର ଶାସନ ସଚିବ ପି.କେ. ବିଶ୍ୱଳ ପ୍ରମୁଖ ଉପସ୍ଥିତ ଥିଲେ ।
