ଲୋକମାନଙ୍କ ସମସ୍ୟାର ସମାଧାନ ହିଁ ପ୍ରଥମ ଲକ୍ଷ, ଜାତୀୟ ପ୍ରେସ ଦିବସ ଅବସରରେ ଦୃଢ ସଂକଳ୍ପ ନେଲେ ସାମ୍ବାଦିକ
ଜଟଣୀ:ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି |ପ୍ରେସ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସଭା ପରିଚାଳନା କରିଥିଲେ | ଲୋକଙ୍କ ସମସ୍ୟା ସମାଧାନ ହିଁ ପ୍ରଥମ ଲକ୍ଷ ବୋଲି ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଦୃଢ଼ ସଂକଳ୍ପ ନେଇଥିଲେ | ସମାଜର ବିଭିନ୍ନ ସମସ୍ୟା, ଅବହେଳିତ ଜନସାଧାରଣ ଏବଂ ସର୍ବୋପରି ଦୁର୍ନୀତି ସମ୍ପର୍କିତ ଖବର ପରିବେଷଣ କରିବାକୁ ଆଲୋଚନା ହୋଇଥିଲା |
ପ୍ରେସ ଦିବସ କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଭାପତି ଇସ୍ମାଇଲ ଅଲ୍ଲୀ,ସମ୍ପାଦକ ହୃଦାନନ୍ଦ କୋଦମାସିଂହ, ଧରିତ୍ରୀ ପ୍ରତିନିଧି ରବୀନ୍ଦ୍ର ମହାକୁଡ଼, ସାମ୍ବାଦିକ ଅମରେଶ ରାଉତରାୟ,ରଙ୍ଗନାଥ ବେହେରା, ସଂଜୀବ କୁମାର, ସୁବ୍ରତ ନାୟକ, ଯଯାତି କେଶରୀ ପ୍ରଧାନ,ସୁରେଶ ମହାରଣା, ଧିରେନ ପ୍ରତିହାରୀ, ହରିହର ସ୍ୱାଇଁ, କେ ରାଓ ପ୍ରମୁଖ ଉପସ୍ଥିତ ଥିଲେ |