ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର : ୩୦/୦୧ : ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଶାଖା ପକ୍ଷରୁ  ଶହୀଦ ନଗର ଠାରେ “ଜୀବନ ବିନ୍ଦୁ’’ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି ।

ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୂଲ୍ୟରେ ସ୍ଥାନୀୟ ଶହିଦ ନଗର ୟୁଥ ଆସୋସିଏସନ ମିଳିତ ଭାବେ  ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲା ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧୁକାରୀ ମଦନ ମୋହନ ପଣ୍ଡା, ଡ଼ାକ୍ତର ଜଗନ୍ନାଥ ମହାପାତ୍ର ଓ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇ ଯୁବକ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଏପରି କାମକୁ ନେଇ ପ୍ରଶଂସା କରିଥିଲେ ।

କ୍ୟାପିଟାଲ ହସ୍‌ପିଟାଲର ବ୍ଲଡ଼ବ୍ୟାଙ୍କ କର୍ମକର୍ତ୍ତା ଓ ଡ଼ାକ୍ତର ପ୍ରମୁଖ ରକ୍ତ ସଂଗ୍ରହ ପରିଚାଳନା କରିଥିଲେ । ଶିବିରରେ ମୋଟ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଯୁବକ ସଂଘର ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ ।

ବିଧାୟକ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆଗେଇ ଆସିଥିବାବେଳେ ସଂଗୃହିତ ରକ୍ତରେ ଅସମୟରେ ବହୁମୂଲ୍ୟ ଜୀବନ ରକ୍ଷା କରା ଯାଇପାରୁଛି ବୋଲି କହିଥିଲେ ।

ଏହି ରକ୍ତଦାନ ଶିବିରକୁ ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସଂପାଦକ ଦୀପକ ବେହେରା, ତନ୍ମୟ ସ୍ୱାଇଁ , ରାଜେସରାଜ ସ୍ବାଇଁ, ଅଜିତ ବେହେରା, ବିଶ୍ୱ ପ୍ରତାପ, ଆଶିଷ ଜେନା, ସତ୍ୟଜିତ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *