ଷ୍ଟେଟ ବ୍ଯାଙ୍କ ମୁଖ୍ୟ ମହାପ୍ରବନ୍ଧକଙ୍କ ଦ୍ଵାରା ଓଡିଶାବାସୀଙ୍କ ପାଇଁ ଡିଜିଟାଲ ଏଲଇଡ଼ି ପ୍ରଦର୍ଶିକା ଲୋକାର୍ପିତ

ସ୍ମାର୍ଟ ସିଟିକୁ ଅଧିକ ସୁନ୍ଦର କରିବା ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ତଥା ଭାରତୀୟ ଷ୍ଟେଟ ବ୍ଯାଙ୍କର ଉତ୍ପାଦ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ୟୁନିଟ୍- 1 ସ୍ଥିତ  ଭୁବନେଶ୍ୱର ମୁଖ୍ୟ ଶାଖା ପ୍ରାଙ୍ଗଣରେ ଏକ  ଡିଜିଟାଲ୍ ଏଲଇଡି ପ୍ରଦର୍ଶିକା ସ୍ଥାପନ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ  ଶ୍ରୀ ଚନ୍ଦର ଶେଖର ଶର୍ମା ଏହାକୁ ମହାପ୍ରବନ୍ଧକ  ଶ୍ରୀ ପନ୍ନାମବାଲମ ମୁରୂଗନ  ଓ ଶ୍ରୀ ଉତ୍ତମ କୁମାର ହାଜରା ଚୌଧୁରୀ, ଉପ-ମହାପ୍ରବନ୍ଧକ(ବ୍ୟବସାୟ ଓ ପରିଚାଳନା) ଶ୍ରୀ ସଞ୍ଜୟ କୁମାର ଝା , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ  ତଥା  ପ୍ରଶାସନିକ କାର୍ଯ୍ଯାଳୟର ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।

ଉଦ୍ଘାଟନୀ ସମାରୋହରେ ବହୁ ସଂଖ୍ୟକ ଗ୍ରାହକ ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ | ଉଦ୍‌ଘାଟନୀ ଅଭିଭାଷଣରେ, ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା  ସ୍ମାର୍ଟ ସିଟିର ସୌନ୍ଦର୍ଯ୍ଯକରଣ ପାଇଁ ଷ୍ଟେଟ ବ୍ଯାଙ୍କର  ଧ୍ୟାନ ରହିବା ସହିତ ଏବଂ ଏହି ଡିଜିଟାଲ୍ ପ୍ରଦର୍ଶିକା ସେହି ଦିଗରେ  ଅଗ୍ରସର ହେବାର ଏକ ଛୋଟ ପଦକ୍ଷେପ ବୋଲି ସୂଚନା ଦେଇଥିଲେ | ଏହା  ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ସୂଚନାଯୋଗ୍ୟ ହେବ କାରଣ ଏହା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ଏବଂ ଷ୍ଟେଟ ବ୍ଯାଙ୍କର ବିଭିନ୍ନ  ଉତ୍ପାଦ ବିଷୟରେ ସୂଚନା ପ୍ରଦାନ  କରିବ। ଆଗାମୀ ଦିନରେ  ଭୁବନେଶ୍ୱରର ଅନ୍ୟ ସ୍ଥାନରେ  ଏବଂ ଅନ୍ୟ ବଡ ସହର ମାନଙ୍କରେ ଅଧିକ ଡିଜିଟାଲ ପ୍ରଦର୍ଶିକା  ସ୍ଥାପନ କରାଯିବ ବୋଲି ମୁଖ୍ୟ ମହାପ୍ରବନ୍ଧକ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *