ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ଓ୍ୱାଲମୀରେ ପ୍ରଶିକ୍ଷଣ
ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେବେ ତାଲିମପ୍ରାପ୍ତ ଯନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟରେ ନବ ନିର୍ବାଚିତ ପାଣି ପଞ୍ଚାୟତଗୁଡିକର କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରତାପନଗରୀ ସ୍ଥିତ ୱାଲମ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ, ନୂଆଦିଲ୍ଲୀର କମିଶନର ଶ୍ରୀ ଅନୁଜ କନୱାଲ, ୱାଲମୀ, ଓଡିଶାର ନିର୍ଦ୍ଦେଶକ, ଶ୍ରୀ ଦେବୀଦତ୍ତ ରମଣୀ ରଞ୍ଜନ ପଟ୍ଟନାୟକ, ସେଚାଞ୍ଚଳ ବିକାଶ ଓ ସହଭାଗୀ ଜଳ ସେଚନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଇଂ କ୍ଷୀରୋଦ ଚନ୍ଦ୍ର ମହନ୍ତ, କ୍ଷୁଦ୍ର ଜଳସେଚନ ବିଭାର ଅଧ୍ୟକ୍ଷଣ ଯନ୍ତ୍ରୀ ଶ୍ରୀ ମନୋଜ ପଟ୍ଟନାୟକ, ମହାନଦୀ ନର୍ଥ ଡିଭିଜନର ଅଧ୍ୟକ୍ଷଣ ଯନ୍ତ୍ରୀ ଇଂ ସଞ୍ଜୀବ ବେହେରା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ୱାଲମୀର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମ ଦିନରେ ପ୍ରଶିକ୍ଷକ ଭାବରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ଡଃ ମମତାରାଣୀ ନାୟକ ଯୋଗ ଦେଇଥିଲେ ।
ପ୍ରକାଶ ଥାଉକି, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ନବ ନର୍ବାଚିତ ୧୦,୧୦୦ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କର ପ୍ରଶିକ୍ଷଣ ୱାଲମୀ ଦ୍ଵାରା ପ୍ରଶିକ୍ଷିତ ଯନ୍ତ୍ରୀମାନଙ୍କ ଦ୍ଵାରା ଏହି ବର୍ଷ ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।