ଜୁଲାଇ ୨ରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ
ଭୁବନେଶ୍ୱର, ୨୯ ।୦୬: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର
ପତ୍ରିକା ‘କୁନିକଥା’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ଜୁଲାଇ ୨ ତାରିଖରେ ଭୁବନେଶ୍ୱରସ୍ଥ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଦାନ କରାଯିବାକୁ ଥିବା ମର୍ଯ୍ୟାଦାଜନକ ‘କାଦମ୍ବିନୀ ସମ୍ମାନ’ ସମେତ ‘କାଦମ୍ବିନୀ’ର ବିଭିନ୍ନ ବିଭାଗର ପୁରସ୍କାର ଘୋଷଣା କରାଯାଇଛି ।
ପଦ୍ମଶ୍ରୀ ହଳଧର ନାଗଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୨୩’, ଅରବିନ୍ଦ ରାୟଙ୍କୁ
‘କାଦମ୍ବିନୀ ଗଳ୍ପ ପୁରସ୍କାର-୨୦୨୩’, ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘କାଦମ୍ବିନୀ କବିତା ପୁରସ୍କାର-୨୦୨୩’, ସ୍ୱରାଜ ବାରିକ ଓ ସନ୍ଲିସା ପଟେଲଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପୁରସ୍କାର-୨୦୨୩’, ବିନ୍ଧ୍ୟବାସିନୀ ଜେନାଙ୍କୁ ‘କାଦମ୍ବିନୀ ଆମ ରୋଷେଇ ପୁରସ୍କାର-୨୦୨୩’, ଇନ୍ଦୁମତୀ ରାୟ ଓ ମେଜର ଡ. ସୁମତି ୍ରା ମିଶ୍ରଙ୍କୁ ‘କାଦମ୍ବନି ୀ ପ୍ରିୟ ପାଠକ ସମ୍ବଦ୍ଧର୍ନ। -୨୦୨୩’ ପ୍ରଦାନ କରାଯିବ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଆର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ପି.ଏସ୍. ଶ୍ରୀଧରନ ପିଲାଇ ଏବଂ ସମ୍ମାନିତ
ଅତିଥି ଭାବରେ ଭୋପାଳସ୍ଥିତ ରବୀନ୍ଦ୍ରନାଥ ଟାଗୋର ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ସ୍ଥିତ ଡ. ସିଭିରମଣ ବିଶ୍ୱବିଦ୍ୟାଳୟର
କୁଳାଧିପତି ଡ. ସନ୍ତୋଷ ଚୌବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ଦ୍ୱାରା
ପ୍ରକାଶିତ, ଡ. ଇତି ସାମନ୍ତଙ୍କ ରଚିତ ମନ୍ମୟ-ପ୍ରବନ୍ଧ ସଂକଳନ ‘ମହୀୟସୀ, ଗରୀୟସୀ: ଭାରତୀୟ ନାରୀପ୍ରତିମା’, ପ୍ରବନ୍ଧ
ସଂକଳନ ‘ବାମା ପ୍ରସଙ୍ଗ ଓ ଅନ୍ୟାନ୍ୟ’ ଏବଂ ଲଘୁକଥା ସଂକଳନ ‘କଥାସ୍ରୋତ’ର ଶୁଭ ଉନ୍ମୋଚନ ହେବ । ଏହି ସାରସ୍ୱତ
ଉତ୍ସବରେ ସାହିତ୍ୟପ୍ରେମୀ ଜନସାଧାରଣ ଯୋଗ ଦେବାପାଇଁ ‘କାଦମ୍ବିନୀ’ ଓ ‘କୁନିକଥା’ର ପ୍ରତିଷ୍ଠାତା ଓ ଦିଗ୍ଦର୍ଶକ ଡ. ଅଚ୍ୟୁତ
ସାମନ୍ତ ଏବଂ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି ।