କରୋନା ଯୋଦ୍ଧା ଙ୍କ ମାନବିକତା- ଗାଇ ଉଦ୍ଧାର ହେଲା କ୍ଷତାକ୍ତ

0
20200729_120341

ଖାଲି କରୋନା ସହ ଯୁଦ୍ଧ ନୁହେଁ ବରଂ ମାନବିକ ମୂଲ୍ୟବୋଧ ବି ଜଣା ଏକଥା ଆଜି ପ୍ରମାଣ କରି ଦେଖାଇଛନ୍ତି ମେଣ୍ଢାଶାଳ ରାପିଡ ରେସପନ୍ସ ଟିମର କରୋନା ଯୋଦ୍ଧା ମାନେ।ଆକ୍ଟିଭ ସର୍ଭାଲାନ୍ସ ଲାଗି ଶ୍ରୀ ଶ୍ରୀ ବଡଦା ହସପିଟାଲ ନିକଟସ୍ଥ ଏକ ଆପାର୍ଟମେଂଟ କୁ ଯାଇଥିବା ବେଳେ ସେମାନଙ୍କ ଦୃଷ୍ଟିରେ ପଡିଥିଲା ଲୁହାକଣ୍ଟା ତାରରେ ଛନ୍ଦି ହୋଇ ଆଘାତ ପ୍ରାପ୍ତ ହେଇ ଯନ୍ତ୍ରଣା ରେ ଛଟପଟ ହେଉଥିବା ଏକ ଗାଇ।ବେକରେ କଣ୍ଟାଲାଗି ରକ୍ତ ଝରୁଥିଲା ହେଲେ ଆହା ପଦେ କହିବାକୁ କେହି ନଥିଲେ।ଗାଡିରୁ କର୍ମଚାରୀ ମାନେ ଓହ୍ଲାଇ ଗାଇଟିକୁ ସାହାଯ୍ୟ କରିବାକୁ  ଲୋକଙ୍କ ସହଯୋଗ ଲୋଡିଥିଲେ ହେଲେ ଲକଡାଉନ ଯୋଗ ଠପ୍ ଥିବା ଜନଜୀବନ ଆଗରେ ଅସହାୟ ହୋଇଯାଇଥିଲେ।ଶେଷରେ କୋଭିଡ-୧୯ଯୋଦ୍ଧା କ୍ଷୀରୋଦ ପାଇକରାୟ ଏବଂ ଡ୍ରାଇଭର ସତ୍ୟ ଦାସ ପନ୍ଦର ମିନିଟ ଯାଏଁ ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଗାଇଟି ବେକରୁ କଣ୍ଟା ତାରକୁ ଅଲଗା କରିଥିଲେ।ନିଜ ପାଖରେ ଥିବା ପିଇବା ପାଣିରେ ଗାଇ ର କ୍ଷତ କୁ ଧୋଇ ନିଜ କର୍ତ୍ତବ୍ୟ  ପଥରେ ଆଗେଇ ଯିବା ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କୁ ଘଟଣା ସଂମ୍ପକରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *