ସଡ଼କ ଦୁର୍ଘଟଣାରେ ଚାରି ମୃତ

ଖୋର୍ଦ୍ଧା: ୧/୧୨(ପ୍ରବାହ ନିଉଜ୍) ଜଙ୍କିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ  ରାଜପଥ  ବଡପୋଖରିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆଜି ଭୋର୍ ସମୟରେ ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରିଆ ର ସୁନେଈ ରୁପେଇ  ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ରାସ୍ତା କଡ଼ରେ ଥୁଆ ହୋଇଥିବା ଏକ ମାଲ ବୋଝେଇ ଟ୍ରକକୁ ପଛରୁ ପିଟିଲା ମାରୁତି ସୁଇଫ୍ଟ କାର। ସୂଚନା ମୁତାବକ AP 31 AW 7677 ନମ୍ବର ବିଶିଷ୍ଟ ଏକ ମାରୁତି ସୁଇଫ୍ଟ କାର ଆଜି ଭୋର୍ ସମୟରେ ବାଲୁଗାଁ ପଟୁ ଭୁବନେଶ୍ଵର ପଟକୁ ଆସୁଥିବା ବେଳେ ରାସ୍ତା କଡ଼ରେ ଥୁଆ ହୋଇଥିବା AP 39 U 1448 ବିଶିଷ୍ଟ ଏକ ଟ୍ରକ୍ କୁ ପଛରୁ ଧକ୍କା ଦେଇ ହୋଇଛି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ କାର ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଯାତ୍ରୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ସୂଇଫ୍ଟ କାର ଟି ବିଶାଖାପାଟଣା ଅଞ୍ଚଳର ଗୋତିପତ୍ତି ଶ୍ରୀକାନ୍ତ ନାମକ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଛି ।

ଏମାନେ ସମସ୍ତେ ବିଶାଖାପାଟଣାରୁ ପୁରୀ ଅଭିମୁଖେ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା । ମୃତକମାନଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତକଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଜଙ୍କିଆ ପୋଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *