ଚିକିତ୍ସାଧୀନ ଅବସ୍ଥାରେ ମହିଳା ମାଓବାଦୀର ମୃତ୍ୟୁ

ମାଲକାନଗିରି: ସୀମାନ୍ତ ଛତିଶଗଡର ଜଣେ କ୍ୟାଡର ମହିଳା ମାଓବାଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କିଛି ଲୋକ ମହିଳା ମାଓବାଦୀକୁ ଗୁରୁତର ଅବସ୍ଥାରେ ମାଲକାନଗିରି ପଡ଼ିଆ ସୀମାନ୍ତକୁ ଲାଗି ରହିଥିବା ଛତିଶଗଡ଼ର କୋଣ୍ଟା ମେଡିକାଲକୁ ଆଣିଥିଲେ। ତୁରନ୍ତ ଏହି ଖବର ପୁଲିସ ନିକଟରେ ପହଞ୍ଚିଥିଲା। ପୁଲିସର ଏକ ଟିମ ମେଡିକାଲକୁ ଘେରି ରହିଲେ। ଡାକ୍ତର ପହଞ୍ଚି ମହିଳା ମାଓବାଦୀର ଚିକିତ୍ସା ଆରମ୍ଭ କରିଥିଲେ।

ତେବେ ଚିକିତ୍ସିତ ଅବସ୍ଥାରେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମହିଳା ମାଓବାଦୀକୁ ଜଣ୍ଡିସ ହୋଇଥିବା ଅନୁମାନ କରାଯାଉଛି। ପ୍ରାଥମିକ ସୂଚନା ମୁତାବକ ମହିଳା ମାଓବାଦୀ ଜଣକ ହେଲେ କେରଲାପାଲ ଏରିଆ କମିଟିର ସଦସ୍ୟ ଯୋଗୀ। ସେ ଡିକେଏସଜେଡସିର ମେମ୍ବର ସୁଜାତାର ସୁରକ୍ଷା ଟିମର କମାଣ୍ଡର ଭାବେ କାମ କରୁଥିଲା। ଏହି ମହିଳା ମାଓବାଦୀ ସଂପର୍କରେ ପୁଲିସ ଅଧିକା ତଥ୍ୟ ସଂଗ୍ରହ କରୁଥିବା କହିଛି। ମହିଳା ମାଓବାଦୀକୁ ଗୁରୁତର ଅବସ୍ଥାରେ ଆଣିଥିବା ଲୋକମାନଙ୍କୁ ମଧ୍ୟ ପୁଲିସ ଧରି ପଚରାଉଚରା କରୁଛି। ସେମାନେ ସଂଗଠନ ସହ ଜଡିତ କି ନାହିଁ ତାହା ନେଇ ତଦନ୍ତ କରୁଥିବା ଜଣାପଡିଛି। ମହିଳା ମାଓବାଦୀଙ୍କ ପରିବାର ଲୋକେ ଆସିଲେ ତାଂକୁ ଶବ ହସ୍ତାନ୍ତର କରାଯିବ ନଚେତ ପୋତି ଦିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *