ଟିପିଏନ୍‌ଓଡିଏଲ୍ ପକ୍ଷରୁ ଏହାର ଗ୍ରାହକ ସେବା କେନ୍ଦ୍ର ନେଟ୍‌ୱର୍କରେ ବୃଦ୍ଧି

କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଓ ଆନନ୍ଦପୁରରେ କଂପାନି ପକ୍ଷରୁ ଦୁଇଟି ନୂଆ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର/ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଓ ଆନନ୍ଦପୁର ଠାରେ ଦୁଇଟି ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟନ କରାଯାଇଛି । ଏହି ଦୁଇ କେନ୍ଦ୍ର ଉଦ୍‌ଘାଟିତ ହେବା ସହ ଟିପିଏନ୍‌ଓଡିଏଲ୍‌ର ବିଦ୍ୟୁତ୍ ବଂଟନ ପାଇଁ ଲାଇସେନ୍ସପ୍ରାପ୍ତ ଅଂଚଳରେ ଗ୍ରାହକ ସେବା କେନ୍ଦ୍ର ସଂଖ୍ୟା ୯ରେ ପହଂଚିଛି । ନୂଆ ଗ୍ରାହକ ସେବା କେନ୍ଦ୍ରକୁ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଭାସ୍କର ସରକାର ଉଦ୍‌ଘାଟନ କରିଛନ୍ତି ।


ଏହି ଅବସରରେ ଅତିଥି ଭାବେ ଟିପିଏନ୍‌ଓଡିଏଲ୍‌ର ଚିଫ୍ ଅଫ୍ କମର୍ସ ଶ୍ରୀଯୁକ୍ତ ଦୁଷ୍ୟାନ୍ତ କୁମାର ତ୍ୟାଗି, ହେଡ୍‌-କଷ୍ଟମର୍ ସର୍ଭିସ୍ ଶ୍ରୀଯୁକ୍ତ ବିନୋଦ କୁମାର ବିଏନ୍‌, ଏସ୍‌ଇ- କେନ୍ଦୁଝର ଶ୍ରୀଯୁକ୍ତ ନାରାୟଣ ଦାଶ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ – କେଇଡି, କେନ୍ଦୁଝର ଶ୍ରୀଯୁକ୍ତ ମିନକେତନ ସାମଲ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏଇଡି, ଆନନ୍ଦପୁର, କେନ୍ଦୁଝର ଶ୍ରୀଯୁକ୍ତ ଚିତରଂଜନ ମିସ୍ତ୍ରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।


ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରି ଏହି ଗ୍ରାହକ ସେବା କେନ୍ଦ୍ର (ସିସିସି)ଗୁଡ଼ିକ ଉଚ୍ଚ ପ୍ରଶିକ୍ଷିତ ଅଧିକାରୀମାନଙ୍କ ଟିମ୍ ଦ୍ୱାରା ପରିଚାଳିତ ହେବ ଯେଉଁଠାରେ ନୂଆ ସଂଯୋଗ ଆବେଦନ, ମାସିକ ବିଲ୍ ପେମେଂଟ୍‌, ଗ୍ରାହକଙ୍କ ପ୍ରଶ୍ନ ଏବଂ ସମସ୍ୟା ସହିତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାକୁ ନେଇ ବିଭିନ୍ନ ପ୍ରକାର ଗ୍ରାହକ ସେବା ପ୍ରଦାନ କରାଯିବ ।
ଏହି ଅବସରରେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଭାସ୍କର ସରକାର କହିଛନ୍ତି ଯେ, “ଆମେ ବାସ୍ତବ ଗ୍ରାହକ ସନ୍ତୁଷ୍ଟି ପାଇଁ ଲକ୍ଷ୍ୟ ରଖିଛୁ । ପେସାଦାରମାନଙ୍କ ଉଚ୍ଚ ପ୍ରଶିକ୍ଷିତ ଟିମ୍ ସମେତ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକର ଏହି ଶୃଙ୍ଖଳା ଆମ ଗ୍ରାହକମାନଙ୍କୁ ଉତମ ଅନୁଭୂତି ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ଦିଗରେ ସେବା ପ୍ରଦାନ କରିବେ ।’’


ଗ୍ରାହକମାନେ ସମସ୍ୟା ଓ ପ୍ରଶ୍ନ ପାଇଁ ଟିପିଏନ୍‌ଓଡିଏଲ୍‌ର ଏକ ଉତ୍ସର୍ଗୀକୃତ ଟୋଲ୍ ଫ୍ରି ନମ୍ବର ୧୮୦୦-୩୪୫-୬୭୧୮/ ୧୯୧୨ ରହିଛି । ଟିପିଏନ୍‌ଓଡିଏଲ୍ ଅଧୀନରେ ଥିବା ୧୫୯ଟି ସେକ୍ସନରୁ ପ୍ରତି ସେକ୍ସନରେ ଜଣେ ଲେଖାଏଁ ଗ୍ରାହକ ସେବା କେନ୍ଦ୍ର ଏକ୍‌ଜିକ୍ୟୁଟିଭ୍ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ, ଉତର ଓଡ଼ିଶା ସମ୍ପର୍କିତ ବିଦ୍ୟୁତ ପାଇଁ ଯେକୌଣସି ସେବା ନିମନ୍ତେ ଗ୍ରାହକମାନେ “ମାଇଁ ଟାଟା ପାୱାର ମୋବାଇଲ୍ ଆପ୍‌’ ଡାଉନ୍‌ଲୋଡ୍ କରିପାରିବେ ।’’

Leave a Reply

Your email address will not be published. Required fields are marked *

You may have missed